ଆଜି ବସିବ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ । ବଜେଟ ଚିଠା ପ୍ରସ୍ତାବକୁ ମିଳିବ ଅନୁମୋଦନ, ଉଠିବ ୯ ପ୍ରସ୍ତାବ
ଆଜି ବସିବ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ । ବଜେଟ ଚିଠା ପ୍ରସ୍ତାବକୁ ମିଳିବ ଅନୁମୋଦନ, ଉଠିବ ୯ ପ୍ରସ୍ତାବ
admin
Feb 7, 2020 - 07:05
Updated: Feb 7, 2020 - 07:05
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରିପରିଷଦ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବାକୁ ରହିଛି । ଲୋକସେବା ଭବନରେ ପୂର୍ବାହ୍ନ ୧୧ଟାରେ ମନ୍ତ୍ରୀ ପରିଷଦ ଓ ଅପରାହ୍ନ ୧୩ଟା ୧୫ ରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରିପରିଷଦ ବୈଠକରେ ଆଗାମୀ ୨୦୨୦-୨୧ ବର୍ଷର ବଜେଟ ଚିଠା ପ୍ରସ୍ତାବ ଆଗତ ହେବାକୁ ରହିଥିବା ବେଳେ ରାଜ୍ୟ କ୍ୟାବିନେଟ୍ ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରାଯିବ । ସେଥିମଧ୍ୟରେ ସାଧାରଣ ପ୍ରଶାସନ ବିଭାଗର ଦୁଇଟି ଓଡ଼ିଶା ସିଭିଲ ସର୍ଭିସ ରୁଲ୍ସର ସଂଶୋଧନ ସହିତ ପଞ୍ଚାୟତିରାଜ ବିଭାଗ, ଓଡ଼ିଶା ବିଧାନସଭା, ଓଡ଼ିଶା ଖଣି ନିଗମ ଓ ରାଜସ୍ୱ ବିଭାଗର କେତେକ ପ୍ରସ୍ତାବ ଆଗତ କରାଯିବାକୁ ରହିଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀ ପରିଷଦ ବୈଠକରେ ଆସନ୍ତା ଆର୍ଥିକ ବର୍ଷ ଲାଗି ସରକାର ପ୍ରାୟ ଦେଢ଼ ଲକ୍ଷରୁ ଅଧିକ କୋଟି ଟଙ୍କାର ଚିଠା ପ୍ରସ୍ତାବ ଆଣିବାକୁ ରହିଛି । ୨୦୧୯-୨୦ ବର୍ଷ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୧୩୯ ଲକ୍ଷ କୋଟି ଟଙ୍କାର ବଜେଟ୍ ଅଣାଯାଇଥିଲା । ଚଳିତ ବର୍ଷ ଯଦି ୧୦ ପ୍ରତିଶତ ଅଧିକ ବଜେଟ୍ ଆଣନ୍ତି ତେବେ ଏହି ସଂଖ୍ୟା ୧.୫୩ ଲକ୍ଷ କୋଟିକୁ ଛୁଇଁବ । ଆସନ୍ତା ପଞ୍ଚଦଶ ଆର୍ଥିକ କମିଶନ ପକ୍ଷରୁ ସେଭଳି ଆଖି ଦୃଶିଆ ଅନୁଦାନ ଓଡ଼ିଶାକୁ ମିଳିବାର ସୂଚନା ନାହିଁ । ରାଜ୍ୟର ରାଜସ୍ୱ ୮% ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ବଜେଟ୍ ପ୍ରାୟ ୧.୫୩ ଲକ୍ଷ କୋଟି ରହିବ ବୋଲି ଅର୍ଥ ବିଭାଗ ପକ୍ଷରୁ ଜଣା ଯାଇଛି ।
ସୂଚନା ଅନୁଯାୟୀ ରାଜ୍ୟ କ୍ୟାବିନେଟ ବୈଠକରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ ନିୟମ ୨୦୦୩ ଏବଂ ଓଡ଼ିଶା ସିଭିଲ ସର୍ଭିସ ନିୟମ ୨୦୨୦ ରେ କେତେକ ସଂଶୋଧନ ଅଣାଯିବ । ତେବେ ସର୍ଭିସ ରୁଲ୍ସ ୨୦୨୦ ରେ ଅନୁକମ୍ପାମୂଳକ ସହାୟତା (ଆରଏ) ଯୋଜନାରେ କେତେକ ପରିବର୍ତ୍ତନ ସରକାର ଆଣିବାକୁ ରହିଛି ।