୨୮ରେ ଓଡ଼ିଶା ଆସିବେ ଶାହ, ଲୋକସେବା ଭବନର କନଭେନସନରେ ଦେବେ ଯୋଗ

୨୮ରେ ଓଡ଼ିଶା ଆସିବେ ଶାହ, ଲୋକସେବା ଭବନର କନଭେନସନରେ ଦେବେ ଯୋଗ

୨୮ରେ ଓଡ଼ିଶା ଆସିବେ ଶାହ, ଲୋକସେବା ଭବନର କନଭେନସନରେ ଦେବେ ଯୋଗ
ଭୁବନେଶ୍ୱର: ଆସନ୍ତା ୨୮ ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଶ୍ରୀ ଶାହ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗ ଦେବା ସହ ବିଜେପିର ଏକ କର୍ମକର୍ତ୍ତା ସମ୍ମିଳନୀରେ ସାମିଲ ହେବାର କାର୍ଯ୍ୟ ସୂଚୀ ରହିଛି । ପୂର୍ବରୁ ଶାହଙ୍କର ଗସ୍ତ ଦୁଇଥର ବାତିଲ ହୋଇଛି । ଉଲ୍ଲେଖଯୋଗ୍ୟ, ଲୋକସେବା ଭବନର କନଭେନସନ ସେଣ୍ଟରର ହେବାକୁ ଥିବା ପୂର୍ବାଞ୍ଚଳ ପରିଷଦ ବୈଠକରେ ଶ୍ରୀ ଶାହ ଅଧ୍ୟକ୍ଷତା କରିବେ । ଏଥିରେ ଓଡ଼ିଶା ସମେତ ଆସାମ, ପଶ୍ଚିମବଙ୍ଗ, ସିକିମ, ଝାଡ଼ଖଣ୍ଡ, ବିହାର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି । ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକର ଆଇନ ଶୃଙ୍ଖଳା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଏ ବୈଠକରେ ଆଲୋଚନା ହେବ ବୋଲି ସ୍ଥିର ହୋଇଛି ।