କରୋନା ନେଲାଣି ୨୪,୫୮୯ ଜୀବନ,ଭୂତାଣୁ ସଂକ୍ରମଣ ସୂଚନା ଦେଇଥିବା ଡାକ୍ତର ମୃତ । ସତ ଲୁଚାଉଛନ୍ତି ଚୀନ୍ ସରକାର ।

କରୋନା ନେଲାଣି ୨୪,୫୮୯ ଜୀବନ,ଭୂତାଣୁ ସଂକ୍ରମଣ ସୂଚନା ଦେଇଥିବା ଡାକ୍ତର ମୃତ । ସତ ଲୁଚାଉଛନ୍ତି ଚୀନ୍ ସରକାର ।

କରୋନା ନେଲାଣି ୨୪,୫୮୯ ଜୀବନ,ଭୂତାଣୁ ସଂକ୍ରମଣ ସୂଚନା ଦେଇଥିବା ଡାକ୍ତର ମୃତ । ସତ ଲୁଚାଉଛନ୍ତି ଚୀନ୍ ସରକାର ।
ନୂଆଦିଲ୍ଲୀ: କରୋନା ଭାଇରସ୍‌ରେ ଏ ପର୍ଯ୍ୟନ୍ତ ୫୬୫ ଜଣ (ଚୀନ୍ ବାହାରେ ଦୁଇ ଜଣ) ପ୍ରାଣ ହରାଇଥିବା ଏବଂ ୨୮,୨୭୮ (ଅନ୍ୟ ଦେଶରେ ୨୬୦) ଜଣ ଆକ୍ରାନ୍ତ ହୋଇଥିବା ଚୀନ ସରକାର ସୂଚନା ଦେଇଛନ୍ତି । କିନ୍ତୁ ଏହି ତଥ୍ୟର ସତ୍ୟତା ନେଇ ଏବେ ପ୍ରଶ୍ନ ଉଠିଲାଣି । ଚୀନ୍‌ର ଏକ ଲୋକପ୍ରିୟ ୱେବସାଇଟରେ ସୂଚନା ଅନୁସାରେ ଫେବୃୟାରୀ ୧ ସୁଦ୍ଧା ୨୪,୫୮୪ ଜଣ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ୧,୫୪,୦୨୩ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ପ୍ରାୟ ୭୮,୮୦୮ ଜଣ ଲୋକ ଏଥିରେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଟେନ ସେଣ୍ଟର ଆକ୍ରାନ୍ତ ଓ ମୃତ୍ୟୁ ତଥ୍ୟ ସରକାରୀ ତଥ୍ୟ ତୁଳନାରେ ୧୦ ଗୁଣ ଓ ୮୦ ଗୁଣ ଅଧିକ । ସେହିପରି ଯେତିକି ଲୋକ ଏଥିରେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିବାର ସେଥିରେ କୁହାଯାଇଛି, ସେମାନଙ୍କ ସଂଖ୍ୟା ବି ସରକାରଙ୍କ ଦ୍ୱାରା ଜାରି ସଂଖ୍ୟା ତୁଳନାରେ ୪ ଗୁଣ ଅଧିକ । ତେବେ ଟେନସେଣ୍ଟ ୱେବସାଇଟ୍ ପରେ ଏହି ରିପୋର୍ଟକୁ ବଦଳାଇ ଦେଇଥିଲା ଏବଂ ନିଜ ରିପୋର୍ଟରେ ସରକାରଙ୍କ ଦ୍ୱାରା ଜାରି ମୃତକ ଏବଂ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦର୍ଶାଇଥିଲା । ସେଥିରେ ଫେବୃୟାରୀ ୧ ସୁଦ୍ଧା ୩୦୪ ଜଣ ପ୍ରାଣ ହରାଇଥିବା ଏବଂ ୧୪,୪୪୬ ଜଣ ଆକ୍ରାନ୍ତ ହୋଇଥିବାର କୁହାଯାଇଛି । ୱେବସାଇଟରେ ତୁରନ୍ତ ତଥ୍ୟ ବଦଳାଯାଇଥିଲେ ମଧ୍ୟ ବିଶ୍ୱର ଅନେକ ଗଣମାଧ୍ୟମ ଏହାର ସ୍କ୍ରିନସଟ୍ ରଖିଛନ୍ତି ଯେଉଁଥିରେ ଚୀନ ପ୍ରସ୍ତୁତ ତଥ୍ୟକୁ ଲୁଚାଉଥିବାର ସ୍ପଷ୍ଟ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ବୋଲି କେତେକ ଦେଶର ଗଣମାଧ୍ୟମ ଦାବି କରିଥିଲେ । ଯାହାକୁ ଚୀନ ଅସ୍ୱୀକାର କରିଥିଲା ।