ବ୍ୟସ୍ତତା ଆଳରେ ଭୋକରେ ରହିବା ମହଙ୍ଗା ପଡିପାରେ
ବ୍ୟସ୍ତତା ଆଳରେ ଭୋକରେ ରହିବା ମହଙ୍ଗା ପଡିପାରେ
admin
May 22, 2021 - 10:03
Updated: May 22, 2021 - 10:03
ଅଧିକାଂଶ ଲୋକ ସକାଳ ଜଳଖିଆକୁ ବିଶେଷ ଗୁରୁତ୍ୱ ଦେଇନଥାନ୍ତି। ପ୍ରାୟତଃ ସକାଳ ଜଳଖିଆକୁ ବାଦ୍ ଦେଇ ଲୋକେ ସିଧା ମଧ୍ୟାହ୍ନ ଭୋଜନ କରିଥାନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ଉପରେ ଖୁବ୍ ଜୋର୍ ପ୍ରଭାବ ପକାଇଥାଏ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ କେବେ କେବେ ରାତ୍ର ଭୋଜନକୁ ବାଦ୍ ଦେଲେ ଚଳିବ ମାତ୍ର ସକାଳ ଜଳଖିଆ ଖୁବ୍ ଜରୁରୀ ହୋଇଥାଏ।
ଗବେଷଣାରୁ ଜାଣିବାକୁ ମିଳିଛି ଗୋଟାଏ ଥର ସକାଳ ଜଳଖିଆ ନଖାଇବା ଅର୍ଥାତ ୧୮ ଘଣ୍ଟା ଧରି କିଛି ନଖାଇବା ସହିତ ସମାନ। ଯାହାକି ଆପଣ ଜାଣନ୍ତି ଶରୀର ପାଇଁ ଆଦୌ ସୁସ୍ଥକର ନୁହେଁ। ବିଶେଷ କରି ଶିଶୁମାନଙ୍କ ପାଇଁ। ଯଦି ଆପଣଙ୍କ ମସ୍ତିଷ୍କ ତୀକ୍ଷ୍ଣ କାମ କରୁ ବୋଲି ଆପଣ ଚାହାନ୍ତି ତେବେ ଆପଣଙ୍କୁ ସକାଳ ସମୟରେ ଏକଦମ ପେଟ ଭରା ଖାଦ୍ୟ ଖାଇବାକୁ ହେବ। ତାହାଲେ ଯାଇ ଆପଣଙ୍କର ଚିନ୍ତା କରିବାର ଶକ୍ତି ଠିକ୍ ଭାବେ କାମ କରିବ। ଯଦି ଆପଣ ସକାଳୁ କିଛି ଖାଇନାହାନ୍ତି ତେବେ ଦିନରେ କିଛି ଏପଟ ସେପଟ ଖାଇ ଦେଲେ ତାହା ଶରୀରକୁ ଶୀଘ୍ର ପ୍ରଭାବ ପକାଇଥାଏ।
ସକାଳୁ ରୀତିମତ ଖାଦ୍ୟ ଖାଇବାର ଅଭ୍ୟାସ ଥିଲେ ଚିଡ଼ିଚିଡ଼ା ପଣ ବି କମ୍ ହୋଇଥାଏ। ସକାଳ ଜଳଖିଆ ଗ୍ରହଣ କରୁନଥିବା ବ୍ୟକ୍ତି ସ୍ୱଭାବରେ ଚିଡ଼ିଚିଡ଼ା ହୋଇ ଯାଆନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ସକାଳେ ଚା’ ଓ କଫି ପିଇବାର ଅଛି ତାହାଲେ ସକାଳ ଜଳଖିଆ ଖାଇସାରିବା ପରେ ହିଁ ପିଅନ୍ତୁ।