ବେପାରୁଆ ଡ୍ରାଇଭିଂ ରୋକିବ ଡିଭାଇସ୍‌

ବେପାରୁଆ ଡ୍ରାଇଭିଂ ରୋକିବ ଡିଭାଇସ୍‌

ବେପାରୁଆ ଡ୍ରାଇଭିଂ ରୋକିବ ଡିଭାଇସ୍‌
ନୂଆଦିଲ୍ଲୀ : ଆଜିକାଲି ବେପାରୁଆ ଡ୍ରାଇଭିଂ ଯୋଗୁ ଅନେକ ଅକାଳରେ ପ୍ରାଣ ହରାଉଥିବା ବେଳେ କେତେକ ଗୁରୁତର ଆହତ ହେଉଛନ୍ତି । ତେବେ ଏହାକୁ କିପରି ରୋକଯାଇପାରିବ ତାହାର ଏକ ଉପାୟ ଖୋଜି ପାଇଛନ୍ତି ୟୁନିଭର୍ସିଟି ଅଫ କାଲିଫର୍ନିଆର ବୈଜ୍ଞାନିକମାନେ । ସେମାନେ ଏପରି ଏକ ଉଚ୍ଚ ଶକ୍ତି ସମ୍ପନ୍ନ ଡିଭାଇସ ପ୍ରସ୍ତୁତ କରିଛନ୍ତି ଯାହା ବେପାରୁଆ ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ସତର୍କ କରାଇ ଦେଇପାରିବ । ଉକ୍ତ ଡିଭାଇସ୍‌କୁ ଗାଡିରେ ସଂଯୋଗ କରିବା ପରେ ତାହା କାର୍ଯ୍ୟ କରିବା ଆରମ୍ଭ କରିଥାଏ । ଯେତେବେଳେ ଡ୍ରାଇଭର ଗାଡି ଚାଳନାରେ ବ୍ୟତିକ୍ରମ ସୃଷ୍ଟି କରେ ସେତେବେଳେ ସେ ଏକ ପ୍ରକାର ସାଉଣ୍ଡ ଦ୍ୱାରା ତାଙ୍କୁ ସତର୍କ କରିଦିଏ । ଫଳରେ ଡ୍ରାଇଭର ସତର୍କ ହୋଇ ନିୟନ୍ତ୍ରଣରେ ଗାଡି ଚଳାଇଥାଏ । କିନ୍ତୁ ଧ୍ୟାନ ଦେବା କଥା ହେଲା ଗାଡି ଚଳାଇବା ସମୟରେ ଡ୍ରାଇଭର ଜଣକ ନିଶାଦ୍ରବ୍ୟଠାରୁ ନିଜକୁ ଦୂରେଇ ରଖିବା ଦରକାର ।