ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅମଳ ହେଲା ମୂଳା

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅମଳ ହେଲା ମୂଳା

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅମଳ ହେଲା ମୂଳା
ନୂଆଦିଲ୍ଲୀ :୨୦୧୫ ରେ ମୁକ୍ତିପ୍ରାପ୍ତ ବ୍ଲକବଷ୍ଟର ଫିଲ୍ମ ‘ଦ ମାର୍ସିଆନ’ ରେ ମ୍ୟାଟ ଡେମନ ଜଣେ ମହାକାଶଚାରୀ ଭୂମିକା ନିର୍ବାହ କରିଥିଲେ, ଯିଏକି ନିଜ ଟିମ ଦ୍ୱାରା ଉଦ୍ଧାର ହେବା ପୂର୍ବରୁ ମଙ୍ଗଳ ଗ୍ରହର ବାସଅଯୋଗ୍ୟ ସ୍ଥିତିରେ ତିଷ୍ଠିବା ପାଇଁ ଆଳୁ ଫସଲ କରିଥିଲେ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଠିକ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଆମ ଗ୍ରହ ବାହାରେ ଏକ ଫସଲ ଫଳିଛି । ନାସାର ମହାକାଶଚାରୀ କେଟ ରବିନସ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଆଡଭାନ୍ସଡ ପ୍ଲାଣ୍ଟ ହାବିଟାଟ (ଏପିଏଚ) ବା ଉନ୍ନତ ଗ୍ରହ ବାସସ୍ଥଳୀରେ ସେ ୨୦ ମୂଳା ଗଛ ଲଗାଇଥିଲେ । ୨୦୨୧ ମସିହାରେ ପୃଥିବୀକୁ ଫେରିବା ପାଇଁ ଏହି ଗଛଗୁଡ଼ିକୁ ସେ ଏକ ଫଏଲରେ ଗୁଡ଼ାଇ ଥଣ୍ଡା ସ୍ଥାନରେ ରଖିଥିଲେ । ଏହି ଫସଲକୁ ନାସା ‘ଐତିହାସିକ ଘଟଣା ବୋଲି ବର୍ଣ୍ଣନା କରିଥିଲେ । ନାସାର ଏକ୍ସପେରିମେଣ୍ଟ ପ୍ଲାଣ୍ଟ ପ୍ଲାଣ୍ଟ ହାବିଟେଟଠ-୦୨ (ପିଏଚ-୦୨)ର ଏହା ଅଂଶବିଶେଷ ଥିଲା । ମାଇକ୍ରୋଗ୍ରାଭିଟି ସ୍ଥିତିରେ ଚାରା କିଭଳି ବୃଦ୍ଧି ହୁଏ, ସେ ସମ୍ପର୍କରେ ଏହା ଅଧ୍ୟୟନ କରେ । ମହାକାଶ ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ପ୍ରେସ ରିଲିଜରେ ଏହି ସୂଚନା ଏବେ ପ୍ରଦାନ କରାଯାଇଛି । ଫ୍ଲୋରିଡ଼ା ସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରେ ଉନ୍ନତ ଚାରା ବାସସ୍ଥଳୀର ପ୍ରୋଗ୍ରାମ ମ୍ୟାନେଜର ନିକୋଲ ଡୁଫୋର କହନ୍ତି ‘ଏପିଏଚ ଉପରେ ମୁଁ ଆରମ୍ଭରୁ କାମ କରୁଛି । ଆମେ ଫଳାଉଥିବା ପ୍ରତିଟି ନୂଆ ଫସଲ ମୋତେ ଖୁବ ଆନନ୍ଦ ଦେଇଛି । କାରଣ ଏହି ଫସଲରୁ ଆମେ ଯାହା ଶିଖିଛୁ, ତାହା ନାସା ପଠାଇଥିବା ମହାକାଶଚାରୀଙ୍କୁ ସୁରକ୍ଷିତ ଭାବେ ପୃଥିବୀକୁ ଫେରିବାରେ ସାହାଯ୍ୟ କରିବ ।