ପୋଷ୍ଟାଲ ଭୋଟିଂ ପାଇଁ ପୁଲିଂ ଅଫିସରମାନଙ୍କୁ ତାଲିମ୍

ପୋଷ୍ଟାଲ ଭୋଟିଂ ପାଇଁ ପୁଲିଂ ଅଫିସରମାନଙ୍କୁ ତାଲିମ୍

ପୋଷ୍ଟାଲ ଭୋଟିଂ ପାଇଁ ପୁଲିଂ ଅଫିସରମାନଙ୍କୁ ତାଲିମ୍
କେନ୍ଦ୍ରାପଡ଼ା : ଦୂରଦୂରାନ୍ତରେ ଥିବା ଭୋଟର ଓ ନିର୍ବର୍ାଚନ ଦାୟିତ୍ୱରେ ଥିବା କର୍ମଚାରୀ ଭୋଟରମାନେ କିଭଳି ଭାବରେ ପୋଷ୍ଟାଲ୍ ବାଲାଟ୍ ମାଧ୍ୟମରେ ଭୋଟ୍ଦେବେ ସେ ନେଇ ଏକ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି । ସୋମବାର ଜିଲ୍ଲା ନିର୍ବାଚନ ଅଧିକାରରୀ ତଥା ଜିଲ୍ଲାପାଳ ଦାଶରଥି ଶତପଥିଙ୍କ ଅଧ୍ୟକ୍ଷତାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ ଥିବା ମୋଟ୍ ୧୪୩୮ଟି ବୁଥ୍ରେ ଅନୁ୍ଷ୍ଠିତ ହେବାକୁ ଥିବା ଭୋଟ୍ କାର୍ଯ୍ୟକ୍ରମରେ ପ୍ରାୟ ୧୦ ହଜାରରୁ ଉଦ୍ଧ୍ୱର୍ର୍ କର୍ମଚାରୀ ଭାଗ ନେବେ । ଏହି କର୍ମଚାରୀମାନ କିଭଳି ଭାବରେ ପୋଷ୍ଟାଲ୍ ବାଲାଟ୍ ମାଧ୍ୟମରେ ନିଜର ମତାଧିକାର ସାବ୍ୟସ୍ତ କରିବେ ସେ ନେଇ ଆଲୋଚନା କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ସହକାରୀ ଜିଲ୍ଲାପାଳ ବିକ୍ରମ କେଶରୀ ପରିଡାଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ରିଜାଇଡିଂ ପୋଲିଂ ଅଫିସରମାନେ ଉପସ୍ଥିତ ଥିଲେ ।