ସାବଧାନ ! ଲିପଷ୍ଟିକ ବ୍ୟବହାର କରୁଥିଲେ...

ସାବଧାନ ! ଲିପଷ୍ଟିକ ବ୍ୟବହାର କରୁଥିଲେ...

ସାବଧାନ ! ଲିପଷ୍ଟିକ ବ୍ୟବହାର କରୁଥିଲେ...
ଚେହେରାରେ ସୁନ୍ଦରତା ବଢ଼ାଇବା ପାଇଁ ଝିଅମାନେ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟ ଆପଣାଇଥାନ୍ତି, କିନ୍ତୁ ଲିପଷ୍ଟିକ ହିଁ ସେମାନଙ୍କ ଲୁକକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥାଏ । ଓଠକୁ ସୁନ୍ଦର କରିବା ପାଇଁ ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ଲିପଷ୍ଟିକ ମିଳୁଛି । କିନ୍ତୁ ଲିପଷ୍ଟିକ ବ୍ୟବହାର କରିବା ସମୟରେ କିଛି ସତର୍କତା ଆପଣାଇବା ଉଚିତ । ସବୁବେଳେ ବ୍ରାଣ୍ଡେଡ ଲିପଷ୍ଟିକ ବ୍ୟବହାର କରନ୍ତୁ । ଯେଉଁଥିରେ ଓଠ କଳା ପଡ଼ିବନି । ଶସ୍ତା ଲିପଷ୍ଟିକରେ ଓଠ କଳା ପଡ଼ିଯାଏ । ଯେତେ ସମ୍ଭବ ସୁଗନ୍ଧିତ ଲିପଷ୍ଟିକ ଠାରୁ ଦୂରେଇ ରୁହନ୍ତୁ । କାରଣ ଏଥିରେ କେମିକାଲ ଅଧିକ ଥାଏ । ଲିପଷ୍ଟିକ ଯେମିତି ତୁମର ଓଠ ଚାରିପାଖେ ଲାଗି ନ ଯିବ ସେଥିପାଇଁ ମ୍ୟାଟ ଲିପଷ୍ଟିକ ବ୍ୟବହାର କରନ୍ତୁ । ଯଦି ଚାହିଁବେ ଓଠରେ ଫାଉଣ୍ଡେସନ ବ୍ୟବହାର କରିପାରିବେ । ହେଲେ ଏହା ଉପରେ ଆଦୌ ଗ୍ଲସି ଲିପଷ୍ଟିକ ଲଗାନ୍ତୁ ନାହିଁ ।