ବାଘ ଛାଲ ଜବତ, ୨ ଗିରଫ

ବାଘ ଛାଲ ଜବତ, ୨ ଗିରଫ

ବୌଦ୍ଧ : ବୌଦ୍ଧ ବନଖଣ୍ଡ କଣ୍ଟାମାଳ ବନାଞ୍ଚଳ କଣ୍ଟାମାଳ ରେଞ୍ଜ ଫଟାମୁଣ୍ଡା ଗାଁରୁ ବାଘ ଛାଲ ଜବତ ହୋଇଛି  । ତୁଷୁରା ଥାନା ଅଞ୍ଚଳରେ ଚିତାବାଘ ଛାଲ ଚାଲାଣ ହେଉଥିଲା । କୌଣସି ସୁତ୍ରରୁ ଖବର ପାଇଥିଲା ବଲାଙ୍ଗୀର ବନ ବିଭାଗ । ଶେଷରେ ବନବିଭାଗର ଏକ ଟିମ୍‌ ଉକ୍ତ ଗାଁରେ ଚଢାଉ କରି ମୁକେଶ ମନହିରାକୁ ଗିରଫ କରିଥିଲା । ମୁକେଶଙ୍କୁ ପଚରାଉଚରା ପରେ ବୌଦ୍ଧ ଫଟାମୁଣ୍ଡା ଗାଁରେ ଚିତାବାଘ ଛାଲ ଥିବା ସୂଚନା ମିଳିଥିଲା ।

ଏହାପରେ ବଲାଙ୍ଗୀର ବନବିଭାଗର ଏକ ଟିମ୍‌ ଏବଂ କଣ୍ଟାମାଳ ରେଞ୍ଜର ଏକ ଟିମ୍ ମିଳିତ ଭାବେ ଚଢାଉ କରିଥିଲେ । ଆଉ ଏକ ପାଳଗଦାରୁ ଚିତା ବାଘ ଛାଲକୁ ଜବତ କରିଥିଲା । ତେବେ ଏହି ଘଟଣାରେ ଜଡିତ ଥିବା କଣ୍ଟାମାଳ ଥାନା ଫଟାମୁଣ୍ଡା ଗାଁର ଦିବ୍ୟଶଙ୍କର ବଗର୍ତ୍ତୀ ମଧ୍ୟ ଗିରଫ ହୋଇଛନ୍ତି ।  ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ଡିଏଫ୍‌ଓ ।