ଆଇଆଇଏମ ସମ୍ବଲପୁର କ୍ୟାମ୍ପସର ଶିଳାନ୍ୟାସ
ଆଇଆଇଏମ ସମ୍ବଲପୁର କ୍ୟାମ୍ପସର ଶିଳାନ୍ୟାସ
admin
Jan 2, 2021 - 06:44
Updated: Jan 2, 2021 - 06:44
ସମ୍ବଲପୁର: ସମ୍ବଲପୁରରେ ଆଜି ଆଇଆଇଏମର ନିଜସ୍ୱ କ୍ୟାମ୍ପସର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହାର ଶିଳାନ୍ୟାସ କରାଯାଇଛି । ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହି ଉତ୍ସବରେ ଯୋଗଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରମେଶ ପୋଖରିଆଲ ମଧ୍ୟ ଯୋଗଦେଇଥିଲେ । ସଭାସ୍ଥଳରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ସ୍ଥାନୀୟ ସାଂସଦ ଓ ବିଧଶୟକ ମଧ୍ୟ ଉତ୍ସବରେ ସାମିଲ ଥିଲେ ।
ସୂଚନାଯୋଗ୍ୟ, ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ପାଇଁ ମୋଟ ୪୦୧.୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି କ୍ୟାମ୍ପସ ୨୦୦ ଏକର ଜାଗାରେ ନିର୍ମାଣ କରାଯିବ। ଆସନ୍ତା ୨ ବର୍ଷ ମଧ୍ୟରେ ଅର୍ଥାତ ଏପ୍ରିଲ ୨୦୨୨ ସୁଦ୍ଧା ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ନୂତନ କ୍ୟାମ୍ପସକୁ ସୋଲାରଯୁକ୍ତ କରିବାକୁ ଉଦ୍ୟମ କରାଯିବ।
ବର୍ତ୍ତମାନ ପର୍ୟ୍ୟନ୍ତ ସମ୍ବଲପୁର ଆଇଆଇଏମ ଦେଶର ସର୍ବଶ୍ରେଷ୍ଠ ଆଇଆଇଏମ ହୋଇ ପାରିଛି। ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା ଦିନଠାରୁ ଏହା ପ୍ରଥମେ ଏକ ଘରୋଇ କଲେଜ ଏବଂ ପରେ ବୁର୍ଲା ଜ୍ୟୋତି ବିହାର ୟୁନିଭର୍ସିଟିର ଅସ୍ଥାୟୀ କ୍ୟାମ୍ପସରେ ଚାଲୁଛି।