ଆଇପିଏଲରେ ମ୍ୟାଚ ଫିକ୍ସିଂ କରିବା ନେଇ ବୁକିମାନେ ଭିନ୍ନ ପ୍ରୟାସ, ଜାଣନ୍ତୁ

ଆଇପିଏଲରେ ମ୍ୟାଚ ଫିକ୍ସିଂ କରିବା ନେଇ ବୁକିମାନେ ଭିନ୍ନ ପ୍ରୟାସ, ଜାଣନ୍ତୁ

ଆଇପିଏଲରେ ମ୍ୟାଚ ଫିକ୍ସିଂ କରିବା ନେଇ ବୁକିମାନେ ଭିନ୍ନ ପ୍ରୟାସ, ଜାଣନ୍ତୁ
ନୂଆଦିଲ୍ଲୀ: ଆଇପିଏଲରେ ମ୍ୟାଚ ଫିକ୍ସିଂ କରିବା ନେଇ ବୁକିମାନେ ଭିନ୍ନ ପ୍ରୟାସ ଆପଣାଇଛନ୍ତି । ସିଧାସଳଖ ସେମାନେ କୌଣସି ଖେଳାଳି କିମ୍ବା ଅଫିସିଆଲଙ୍କ ସହ ଯୋଗାଯୋଗ କରିପାରୁନାହାନ୍ତି । ତେଣୁ ଏବେ ପିଚ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀଙ୍କୁ ଫିକ୍ସିଂ ଜାଲରେ ଛନ୍ଦିବାକୁ ପ୍ରୟାସ କରିଛନ୍ତି । ଦିଲ୍ଲୀରେ ଏଭଳି ଘଟଣା ଘଟିଛି । ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟ (ଏସିୟୁ) ଜଣେ ସଫେଇ କର୍ମଚାରୀଙ୍କୁ ଧରି ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଛି । ଏସିୟୁର ମୁଖ୍ୟ ସବିର ହୁସେନ ଶେଖାଦମ ଖଣ୍ଡୱାଲା କହିଛନ୍ତି ଯେ, ବୁକିମାନେ ପିଚ ସମ୍ପର୍କରେ ଆଗୁଆ ଖବର ନେବା ପାଇଁ ଜଣେ ସଫେଇ କର୍ମଚାରୀଙ୍କୁ ସେମାନଙ୍କ ଜାଲରେ ଫସାଇଥିଲେ । ଉକ୍ତ କର୍ମଚାରୀ ଜଣଙ୍କ ପିଚ କାର୍ଯ୍ୟରେ ନିୟୋଜିତ ଥିଲେ । ତାଙ୍କ କାର୍ଯ୍ୟକଳାପରେ ସନେ୍ଦହ ଉପୁଜିଥିଲା । ପରେ ତାକୁ ପଚରାଉଚରା କରାଯାଇଥିଲା । ତା ପାଖରୁ ୨ଟି ଫୋନ ମିଳିଛି । ଏ ସମ୍ପର୍କିତ ଅଭିଯୋଗ ଦିଲ୍ଲୀ ପୁଲିସକୁ ଦିଆଯାଇଛି । ସଫେଇ କର୍ମଚାରୀ ଜଣକ ବୁକିମାନଙ୍କୁ ପିଚର ଆଗୁଆ ସୂଚନା ଦେଉଥିଲେ । ସେ ନିର୍ଦ୍ଧିଷ୍ଟ ଏକ ସ୍ଥାନରେ ଛିଡ଼ା ହୋଇ ରହୁଥିଲା । ଏସିୟୁ ଅଫିସିଆଲମାନେ ତା ଉପରେ ତୀକ୍ଷଣ ନଜର ରଖିଥିଲେ । ଶେଷରେ ତାକୁ ଧରିବାରେ ସଫଳ ହୋଇଥିଲେ ।