ବିଶ୍ୱକପ୍ ପରେ ଧୋନି ନେବେ ଅବସର !

ବିଶ୍ୱକପ୍ ପରେ ଧୋନି ନେବେ ଅବସର !

ବିଶ୍ୱକପ୍ ପରେ ଧୋନି ନେବେ ଅବସର !
ଭୁବନେଶ୍ୱର : ଅବସର ନେବେ ମହେନ୍ଦ୍ର ସିଂହ ଧୋନି । ଚଳିତ ବିଶ୍ୱକପ କ୍ରିକେଟ ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସମ୍ପ୍ରତି ଭାରତ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିସାରିଛି । ଯଦି ଭାରତ ଫାଇନାଲକୁ ଯାଏ ତେବେ ଜୁଲାଇ ୧୪ ହିଁ ତାଙ୍କର ଶେଷ ମ୍ୟାଚ ହେବବୋଲି କୁହାଯାଉଛି । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ, ଧୋନି ବିଶ୍ୱକପ ପରେ ଅବସର ନେବେବୋଲି ବିସିସିଆଇର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି । ସେ କହିଛନ୍ତିଯେ, ବିଶ୍ୱକପ ପରେ ଧୋନି ଆଉ ଖେଳିବାକୁ ନଚାହିଁପାରନ୍ତି । ପୂର୍ବରୁ ଧୋନି ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି । ଅତୀତରେ ସେ ହଠାତ ଭାରତୀୟ କ୍ୟାପଟେନ ପଦରୁ ଓହରିଯାଇଥିଲେ । ତେଣୁ ସେ କେବେ ଏହି ଘୋଷଣା କରିବେ ତାହା ଏବେଠୁ କହିବା ମୁସ୍କିଲ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟଯେ, ଧୋନିଙ୍କ ନେତୃତ୍ୱରେ ଭାରତୀୟ ଟିମ ଅନେକ କୃତିତ୍ୱ ହାସଲ କରିପାରିଥିଲା । ତାଙ୍କ ନେତୃତ୍ୱରେ ଦଳ ବିଶ୍ୱକପ ଓ ଟ୍ୱେଂଟି ଟ୍ୱେଂଟି ବିଶ୍ୱକପ ଜିତିପାରିଛି । ସେହିପରି ଚେନ୍ନାଇ ସୁପରକିଙ୍ଗସ ମଧ୍ୟ ଆଇପିଏଲରେ ବେଶ ଭଲ ପ୍ରଦର୍ଶନ କରି ରେକଡର଼୍ ସୃଷ୍ଟି କରିପାରିଛି ।