କୋଲକାତା ଟିମର ୨ ଜଣ ଖେଳାଳିଙ୍କୁ କରୋନା

କୋଲକାତା ଟିମର ୨ ଜଣ ଖେଳାଳିଙ୍କୁ କରୋନା

କୋଲକାତା ଟିମର ୨ ଜଣ ଖେଳାଳିଙ୍କୁ କରୋନା
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏବେ ଆଇପିଏଲ କ୍ରିକେଟରେ କରୋନା ପଶିଛି । କୋଲକାତା ଟିମର ୨ ଜଣ ଖେଳାଳି କରୋନା ଆକ୍ରାନ୍ତ ଥିବା ସୂଚନା ମିଳିଛି । ଫଳରେ ଆଜି ହେବାକୁ ଥିବା ମ୍ୟାଚକୁ ସ୍ଥଗିତ ରଖାଯାଇଛି । ଆଜି କୋଲକାତା ଓ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ହେବାକୁ ଥିଲା ।