ଆଉ ଏକ ଲଜ୍ଜ୍ୟା : ତିନି ବର୍ଷର ବାଳିକାକୁ ଦୁଷ୍କର୍ମ କଲେ ଦୁଇ ନାବାଳକ

ଆଉ ଏକ ଲଜ୍ଜ୍ୟା : ତିନି ବର୍ଷର ବାଳିକାକୁ ଦୁଷ୍କର୍ମ କଲେ ଦୁଇ ନାବାଳକ

ଆଉ ଏକ ଲଜ୍ଜ୍ୟା : ତିନି ବର୍ଷର ବାଳିକାକୁ ଦୁଷ୍କର୍ମ କଲେ ଦୁଇ ନାବାଳକ
ମୁମ୍ବାଇ : ଦେଶର କନ୍ୟା ନିର୍ୟାତନା ଘଟଣା କମିବାରେ ନାଁ ନେଉନାହିଁ । ମୁମ୍ବାଇରୁ ଆଉ ଏକ ଲଜ୍ଜାଜନକ ଏବଂ ଦୃଦୟ ବିଦାରକ ଘଟଣା ଘଟିଛ । ଏଠାରେ ଜଣେ ତିନି ବର୍ଷର ଶିଶୁ କନ୍ୟାକୁ ଗଣଦୁଷ୍କର୍ମ କରିଛନ୍ତି ଦୁଇ ଜଣ ନାବାଳକ । ଏହି ଘଟଣା ପରେ ପୋସ୍କୋ ଆଇନ ଅନୂଯାୟୀ ଦୁଇ ନାବାଳକଙ୍କୁ ସୁଧାର ଗୃହକୁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଚଲାଇଛି ପୋଲିସ୍‌। ମିଳିଥିବା ସୂଚନା ଅନୁସାରେ ତିନି ବର୍ଷର ଶିଶୁ କନ୍ୟାକୁ ଗଣଦୁଷ୍କର୍ମ କରିବାପରେ ନାବାଳକମାନେ ଫେରାର ହୋଇଯାଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୂଯାୟୀ ତୁରନ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଥିଲା ପୋଲିସ । ଶେଷରେ ଅଭିଯୁକ୍ତଙ୍କୁ ଧରିବା ସହ ବାଳ ସୁଧାର ଗୃହକୁ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ । ସୂଚନାଯୋଗ୍ୟ, ସୋମବାର ଦିନ ମଧ୍ୟ ଏହିପରି ଏକ ମାମଲା ଶାହାଜାହାଁପୁରର ଅଞ୍ଚଳରୁ ସାମ୍ନାକୁ ଆସିଥିଲା । ଏଠାରେ ଜଣେ ୧୬ ବର୍ଷୀୟ ବାଳକ ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିଲା । କନ୍ୟାଟି ଘର ବାହାରେ ଖେଳୁଥିବାବେଳେ ଅଭିଯୁକ୍ତ ନାବାଳକ ଜଣକ ଶିଶୁ କନ୍ୟାକୁ ଶୂନଶାନ୍‌ ଯାଗାକୁ ନେଇ ଦୁଷ୍କର୍ମ କରିଥିଲା । ଶିଶୁ କନ୍ୟାଟି ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ଅଭିଯୁକ୍ତ ନାବାଳକକୁ ପୋଲିସ୍‌ ଗିରଫ କରିଛି ।