ଆଖିରୁ ବାହାରିଲା ପୋକ : ଡାକ୍ତରଙ୍କ ଉଡିଲା ହୋସ
ଆଖିରୁ ବାହାରିଲା ପୋକ : ଡାକ୍ତରଙ୍କ ଉଡିଲା ହୋସ
admin
Oct 31, 2020 - 11:21
Updated: Oct 31, 2020 - 11:21
ଆଖିରୁ ବାହାରିଲା ପୋକ : ଡାକ୍ତରଙ୍କ ଉଡିଲା ହୋସ
ଚୀନ୍ : ଚୀନ୍ରେ ଜଣେ ରୋଗୀଙ୍କ ଆଖିକୁ ଦେଖି ଡାକ୍ତରମାନେ ଆଶ୍ଚର୍ୟ୍ୟ ହୋଇଛନ୍ତି । ଚୀନ୍ର ଜଣେ ବ୍ୟକ୍ତିଙ୍କ ଆଖିରୁ ଜୀବନ୍ତ କୀଟ ବାହାରିଥିବାର ସୂଚନା ରହିଛି । ଡାକ୍ତର ଜଣକ ଏହି ବ୍ୟକ୍ତିଙ୍କ ଆଖିରୁ ୨୦ଟି ଜୀବନ୍ତ କୀଟ ବାହାର କରିଛନ୍ତି । ୬୦ ବର୍ଷୀୟ ଏହି ବ୍ୟକ୍ତିଙ୍କ ନାମ ଉପନାମ ଓ୍ବାନ୍ ବୋଲି ସୂଚନା ରହିଛି । ଗତ କିଛି ମାସ ହେବ ତାଙ୍କଆଖରେ ଯନ୍ତ୍ରଣା ଅନୁଭବ ହେଉଥିଲା । କିନ୍ତୁ ସେ ଏହାକୁ ଥକ୍କାପଣ ପାଇଁ ହେଉଛି ଭାବି ଅଣଦେଖା କରୁଥିଲେ । କିନ୍ତୁ ଆଖର ଯନ୍ତର୍ଣା ଅଧିକ ବଢିବାରୁ ସେ ଡାକ୍ତରଙ୍କନିକଟରେ ଦେଖାଇଥିଲେ । ବ୍ୟକ୍ତିଙ୍କର ଡାହାଣଆଖିର ପଲକରୁ ୨୦ଟି ଜୀବନ୍ତ କୀଟକୁ ବାହାର କରିଛନ୍ତି । ଏହି କୀଟ ନେମାଟୋଡ୍ ପରଜୀବୀ ବୋଲି ଚିହ୍ନିତ ହୋଇଛି । କୁକୁର ଓ ବିଲେଇ ତଥା ଅନ୍ୟ ଜନ୍ତୁଙ୍କଠାରେ ଏହି କୀଟ ଦେଖାଯାଇଥା’ନ୍ତି । ଲାଭାରୁ କୀଟକୁ ବିକଶିତ ହେବାକୁ ୧୫ରୁ ୨୦ ଦିନ ସମୟ ନେଇଥାଏ ବୋଲଇ ସୂଚନା ଦେଇଛି ।
ତେବେ ଏହି କୀଟମାନେ ବ୍ୟକ୍ତିଙ୍କ ଆଖିକୁ କିପରି ଆସିଲେ ସେନେଇ କୌଣସି ସୂଚନା ମିଳିପାରିନାହିଁ । ଅପରପକ୍ଷରେ ଉକ୍ତ ବ୍ୟକ୍ତିଙ୍କ ଘରେ କୌଣସି ଗୃହପାଳିତ ପଶୁ ମଧ୍ୟ ନାହାନ୍ତି । ୨୦୧୮ ମସିହାରେ ଆମେରିକାର ଜଣେ ମହିଳାଙ୍କ ଚେହେରାରେ କିଛି ପରଜୀବୀ କୀଟାଣୁ ରହିଥିବାର ସୂଚନା ରହିଛି । ମହିଳା ଜଣଙ୍କ ଧଳା ଚିହ୍ନ ଦେଖି ସେ ଆଶ୍ଚର୍ୟ୍ୟ ହୋଇଥିଲେ । ତା’ପରେ ଚିହ୍ନ ନୁହେଁ ବରଂ କୀଟାଣୁ ବୋଲି ଜଣାପଡିଥିଲା ।