ଆଜି ଅଷ୍ଟ୍ରେଲିଆ-ଇଣ୍ଡିଜ ଲଢ଼େଇ

ଆଜି ଅଷ୍ଟ୍ରେଲିଆ-ଇଣ୍ଡିଜ ଲଢ଼େଇ

ଆଜି ଅଷ୍ଟ୍ରେଲିଆ-ଇଣ୍ଡିଜ ଲଢ଼େଇ
ନଟିଂହାମ: ଗୁରୁବାର ବିଶ୍ୱକପରେ ଆଉ ଏକ ବଡ ମ୍ୟାଚ ଖେଳାଯିବ । ୫ଥର ବିଜେତା ହୋଇଥିବା ଅଷ୍ଟ୍ରେଲିଆ ସହିତ ଖେଳିବ ୨ଥର ବିଜେତା ହୋଇଥିବା ୱେଷ୍ଟଇଣ୍ଡିଜ । ଉଭୟ ଦଳ ନିଜ ନିଜ ମ୍ୟାଚ ଖେଳି ସାରିଛନ୍ତି ଏବଂ ସମାନ ୭ ୱେକେଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆଫଗାନିସ୍ତାନକୁ ଏବଂ ୱେଷ୍ଟଇଣ୍ଡିଜ ଏସୀୟଦଳ ପାକିସ୍ତାନକୁ ପରାସ୍ତ କରିଥିଲା । ପାକିସ୍ତାନ ବିପକ୍ଷ ମ୍ୟାଚରେ ୱେଷ୍ଟଇଣ୍ଡିଜ ଏକାଧିକ ସର୍ଟ ପିଚ ବଲ ବୋଲିଂ କରି ସଫଳତା ପାଇଥିବାରୁ ଗୁରୁବାର ମ୍ୟାଚରେ ଏଭଳି ଆଶଙ୍କା କରିଛନ୍ତି ପ୍ରତିପକ୍ଷ ଅଷ୍ଟ୍ରେଲିଆ ଅରୋନ ଫିଂଚ । ଏହା ଏକ ନିଶ୍ଚିତ ଆକ୍ରମଣାତ୍ମକ ମ୍ୟାଚ ହେବ ବୋଲି କପହିଛନ୍ତି ଫିଂଚ । ୱେଷ୍ଟଇଣ୍ଡିଜ ମନୋରଞ୍ଜନ ଧର୍ମୀ କ୍ରିକେଟ ଖେଳୁଛି ଏବଂ ଆମେ ମଧ୍ୟ ଅନୁଭବ କରୁଛୁ ଯେ ସମାନ ଭଳି ଖେଳୁଛୁ । ବିଶ୍ୱକପ ପୂର୍ବରୁ ସାଉଥମ୍ପଟନରେ ଖେଳାଯାଇଥିବା ୱାର୍ମ ଅପ ମ୍ୟାଚରେ ଅଷ୍ଟ୍ରେଲିଆ ମଧ୍ୟ ୭ ୱେକେଟ ବ୍ୟବଧାନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ୨୨୯ ରନ ବିଜୟ ଲକ୍ଷ୍ୟକୁ ୩୯ତମ ଓଭରରେ ହାସଲ କରିନେଇଥିଲା । ଆମେ ଭଲ ଅଭ୍ୟାସ କରିଛୁ ଓ ସନ୍ତୁଳିତ ଦଳ ରଖିଛୁ ବୋଲି କହିଛନ୍ତି ଫିଂଚ । ବିଶ୍ୱକପ ପୂର୍ବରୁ ଆମେ ପେସ ଅପେକ୍ଷା ସ୍ପିନ ବୋଲିଂକୁ ସମ୍ମୁଖୀନ ହୋଇ ନିଜକୁ ପ୍ରସ୍ତୁତ କରିଛୁ ବୋଲି କହିଛନ୍ତି ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର । ୨୦୧୫ ବିଶ୍ୱକପ ଠାରୁ ଏ ବିଶ୍ୱକପ ମଧ୍ୟରେ ମାତ୍ର ୨ଟି ଦିନିକିଆ ଖେଳିଥିବା ଆନ୍ଦ୍ରେ ରସେଲ ପାକିସ୍ତାନ ବିପକ୍ଷରେ ଦେଖାଇଥିବା ୩ ଓଭର ବୋଲିଂ ବିସ୍ପୋରଣକୁ ମଧ୍ୟ ଫିଂଚ ନଜରରେ ରଖିଛନ୍ତି । ରସେଲ ଏବଂ ହୋଲଡର ସମାନ ଢ଼ଙ୍ଗରେ ବୋଲିଂ କରନ୍ତି ବୋଲି ଫିଂଚ କହିଛନ୍ତି । ଆଇପିଏଲ ଏବଂ ବିଗ୍ ବାସ୍ ଲିଗ୍ ଅଭିଜ୍ଞତାକୁ ଉପଯୋଗ କରି ଆମେ ଦ୍ରୁତ ବୋଲିଂ ଜରିଆରେ କ୍ରିସ ଗେଲଙ୍କୁ ରୋକିବାକୁ ଚାହିଁବୁ । ଏଥିପାଇଁ ଶୃଙ୍ଖଳିତ ବୋଲିଂର ଆବଶ୍ୟକତା ରହିଛି ବୋଲି ଫିଂଚ କହିଛନ୍ତି ।