ଆଜି ରାଜ୍ୟରୁ ୨୪୯୬ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୫ ହଜାର ଟପିଲା
ଆଜି ରାଜ୍ୟରୁ ୨୪୯୬ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୫ ହଜାର ଟପିଲା
admin
Aug 15, 2020 - 06:52
Updated: Aug 15, 2020 - 06:52
ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ ୨ ହଜାର ୪୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୫୯୧ଜଣ ଚିହ୍ନଟ ହୋଇଥିବାବେଳେ ୯୦୫ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୧୨୬କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭ଜାର୫୩୫ । ସେହିପରି ସୁସ୍ଥ ହୋଇଛନ୍ତି ୩୯ହଜାର ୨୦୫ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୩୨୪ଜଣ । ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୯ଟି ଜିଲ୍ଲାରୁମୋଟ୍ ୨ ହଜାର ୪୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୭୮ ଜଣ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୩୨୭ଜଣ, ବାଲେଶ୍ବରରୁ ୧୬୫, ସୁନ୍ଦରଗଡରୁ ୧୫୬, ରାୟଗଡାରୁ ୧୪୬ଜଣ, କଟକରୁ ୧୨୮ , କୋରାପୁଟରୁ ୧୩୩, ବୌଦ୍ଧରୁ ୧୧୫, ଭଦ୍ରକରୁ ୧୦୨, କନ୍ଧମାଳରୁ ୯୮, ବଲାଙ୍ଗିରରୁ ୯୨, ସମ୍ବଲପୁରରୁ ୮୧, ମାଲ୍କାନଗିରିରୁ ୭୩, ଢେଙ୍କାନାଳରୁ ୬୯, ଗଜପତିରୁ ୬୮, କେଉଁଝରରୁ ୫୧, କଳାହାଣ୍ଡିରୁ ୪୨, ବରଗଡରୁ ୩୬, ମୟୂରଭଞ୍ଜରୁ ୨୩, ସୋନପୁରରୁ ୨୦, ଝାରସୁଗୁଡାରୁ ୧୯, ନୂଆପଡାରୁ ୧୬, ଜଗତସିଂହପୁରରୁ ୧୪, କେନ୍ଦ୍ରାପଡାରୁ ୧୩, ଅନୁଗୁଳୁରୁ ୧୨, ଯାଜପୁରଓ ନବରଙ୍ଗପୁରରୁ ୧୧,ନୟାଗଡରୁ ୪ଜଣ ଚିହ୍ନଟ ହୋଇଛନ୍ତି ।