ବାର୍ସେଲୋନାକୁ ୮-୨ରେ ହରାଇ ଚାମ୍ପିୟନ୍ସ ଲିଗ୍ ସେମିରେ ବାୟେର୍ନ ମ୍ୟୁନିକ୍

ବାର୍ସେଲୋନାକୁ ୮-୨ରେ ହରାଇ ଚାମ୍ପିୟନ୍ସ ଲିଗ୍ ସେମିରେ ବାୟେର୍ନ ମ୍ୟୁନିକ୍

ବାର୍ସେଲୋନାକୁ ୮-୨ରେ ହରାଇ ଚାମ୍ପିୟନ୍ସ ଲିଗ୍ ସେମିରେ ବାୟେର୍ନ ମ୍ୟୁନିକ୍
ମ୍ୟୁନିକ୍ : ଚାମ୍ବିୟନ୍ସ ଲିଗ୍ କ୍ୱାର୍ଟର ଫାଇନାଲରେ ସ୍ପାନିଶ କ୍ଲବ୍ ବାର୍ସେଲୋନାକୁ ଧୂଳି ଚଟାଇଛି ବାୟେର୍ନ ମ୍ୟୁନିକ୍ । ବାର୍ସେଲୋନାକୁ ଅତ୍ୟନ୍ତ ଦୟନୀୟ ଭାବରେ ୮-୨ ଗୋଲରେ ପରାସ୍ତ କରି ସେମିରେ ପ୍ରବେଶ କରିଛି ମ୍ୟ୍ୟୁନିକ୍ । ପ୍ରଥମାର୍ଦ୍ଧରେ ଥୋମାସ୍ ମୁଲେର ୨ଟି ଗୋଲ ସ୍କୋର କରିଥିବା ବେଳେ ଇଭାନ୍ ପେରିସିକ୍ ଏବଂ ସର୍ଗେ ଗାନ୍ବ୍ରୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ତେବେ ବାର୍ସେଲୋନା ପକ୍ଷରୁ ଡେଭିଡ୍ ଆଲାବା ଏବଂ ଲୁଇସ ସୁଆରେଜ୍ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରି ମ୍ୟାଚକୁ ୪-୨କୁ ଆଣିଥିଲେ । ମାତ୍ର ଦ୍ୱିତୀୟାର୍ଦ୍ଧରେ ମ୍ୟୁନିକ୍ ଅଧିକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଆହୁରି ୪ଟି ଗୋଲ ସ୍କୋର କରିଥିଲା । ଜୋସୁଆ କିମିକ୍ ପଞ୍ଚମ ଗୋଲ୍ ସ୍କୋର କରିଥିବା ବେଳେ ରବର୍ଟ ଲେଣ୍ଡୋସ୍କି ଷଷ୍ଠ ଗୋଲ ସ୍କୋର କରିଥିଲେ । ବଦଳ ଖେଳାଳି ଭାବରେ ଆସିଥିବା ଫିଲିପ୍ କୋଟିନୋ ଅନ୍ୟ ଦୁଇଟି ଗୋଲ ସ୍କୋର କରି ଦଳକୁ ୮-୨ରେ ବିଜୟୀ କରାଇଥିଲେ । ଏହି ବିଜୟ ସହିତ ମ୍ୟୁନିକ୍ ଚାମ୍ପିୟନ୍ସ ଲିଗରେ ୧୯ ତମ ବିଜୟ ହାସଲ କରିଥିବା ବେଳେ ଲଗାତାର ୨୮ ତମ ମ୍ୟାଚରେ ବିଜୟୀ ହୋଇଛି । ଏହା ସହିତ ଦଳ ବିଗତ ୯ଟି ଚାମ୍ପିୟନ୍ସ ଲିଗରେ ୩୯ଟି ଗୋଲ ସ୍କୋର କରିବାରେ ସକ୍ଷମ ହୋଇଛି ।