ଆଜି ୩୨୫୨ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ୩୨୫୨ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ୩୨୫୨ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର : ଆଜି ରାଜ୍ୟରୁ ୩୨୫୨ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୧୯୮୭ ଜଣ କ୍ୱାରେଣ୍ଟାଇନରୁ ଏବଂ ୧୨୬୫ ଜଣ ସ୍ଥାନୀୟ ଅକ୍ରାନ୍ତ ବୋଲି ଜଣାପଡିଛି । ରାଜ୍ୟରେ ସମୁଦାୟ ଅକ୍ରାନ୍ତଙ୍କ ସଂଖ୍ୟା ୯୭ ହଜାର ୯୨୦ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୧, ବାଲେଶ୍ୱରରୁ ୭୮, ବରଗଡରୁ ୧୪୬ , ଭଦ୍ରକରୁ ୭୬, ବଲାଙ୍ଗୀର ୬୪, ବୌଦ୍ଧରୁ ୩୮, କଟକରୁ ୩୨୩, ଦେବଗଡରୁ ୭, ଢେଙ୍କାନାଳରୁ ୯୪, ଗଜପତି ୨୦, ଗଞ୍ଜାମରୁ ୧୬୯, ଜଗତସିଂହପୁରରୁ ୩୬, ଯାଜପୁରରୁ ୮୩, ଝାରସୁଗୁଡାରୁ ୫୫, କଳାହାଣ୍ଡିରୁ ୨, କନ୍ଧମାଳ ୨୬, କେନ୍ଦ୍ରାପଡାରୁ ୭୭, କେନ୍ଦୁଝରରୁ ୫୦, ଖୋର୍ଦ୍ଧାରୁ ୭୬୨, କୋରାପୁଟରୁ ୨୫, ମାଲକାନଗିରିରୁ ୨୧, ମୟୁରଭଞ୍ଜରୁ ୧୨୩, ନବରଙ୍ଗପୁରରୁ ୪୧, ନୟାଗଡରୁ ୧୨୦, ନୂଆପଡାରୁ ୨୫, ପୁରୀରୁ ୧୩୫, ରାୟଗଡାରୁ ୪୫୦, ସମ୍ବଲପୁରରୁ ୬୩, ସୋନପୁରରୁ ୩୮ ଏବଂ ସୁନ୍ଦରଗଡରୁ ୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯୨୦ ହୋଇଥିବା ବେଳେ ଏହା ମଧ୍ୟରୁ ୬୭୮୨୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫୭୧ରହିଛି ।