ଆଜିଠାରୁ ଟିକାକରଣ : ରାଜ୍ୟର ୧୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା

ଆଜିଠାରୁ ଟିକାକରଣ : ରାଜ୍ୟର ୧୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା

ଆଜିଠାରୁ ଟିକାକରଣ : ରାଜ୍ୟର ୧୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା
ଭୁବନେଶ୍ୱର : ଆଜିଠାରୁ ସାରା ଦେଶରେ ଟୀକାକରଣ ଆରମ୍ଭ ହେବ । ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଦିନରେ ରାଜ୍ୟର ୧୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫେରେନ୍ସିଂ ଯୋଗେ ଟିକାକରଣର ଶୁଭାରମ୍ଭ କରିବା ପରେ ଟିକା କେନ୍ଦ୍ରରେ ପ୍ରକ୍ରିୟା ଆରମ୍ଭ ହେବ । ଏହି ଅବସରରେ ସେ ଟିକା ନେଇଥିବା କିଛି ସ୍ୱାସ୍ଥ୍ୟକର୍ମୀଙ୍କ ସହ ମତ ବିନିୟମ କରିବେ । ଦିଲ୍ଲୀ ଏମସ ସମେତ ଦେଶର ୬୦ ହସପିଟାଲରେ ଭିଡ଼ିଓ କନଫେରେନ୍ସିଂ ବ୍ୟବସ୍ଥା କରାଯାଇଛି । ଦେଶର ୩୦୦୬ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ । ପ୍ରତି କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବାକୁ ଯୋଜନା ହୋଇଛି । ସେହିପରି ପ୍ରତି ସପ୍ତାହରେ ୫ ଦିନ ଟିକା ଦିଆଯିବ । ରାଜ୍ୟରେ କୋଭାକ୍ସିନ ଓ କୋଭିଲିଡ୍ଡର ଡୋଜ ପହଁଚିବା ପରେ ବିଭିନ୍ନ ଜିଲାର ଟିକା ଭଣ୍ଡାରରେ ତାହାକୁ ସୁରକ୍ଷିତ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ପ୍ରତିଷେଧକ ଟିକା ପ୍ରଦାନ କରାଯିବ ।