ଆଜିର ରାଶିଫଳ ୬ ଡିସେମ୍ବର ୨୦୧୯(ଶୁକ୍ରବାର)
ଆଜିର ରାଶିଫଳ ୬ ଡିସେମ୍ବର ୨୦୧୯(ଶୁକ୍ରବାର)
admin
Dec 6, 2019 - 00:37
Updated: Dec 6, 2019 - 00:37
ମେଷ: ଚଞ୍ଚଳ ସ୍ୱଭାବର ହେବେ। ରାଜଯୋଗ ଭୋଗ ହେବ। ଅଜାଣତରେ ଶତ୍ରୁତା ସୃଷ୍ଟି ହୋଇପାରେ। ଭାଷାର ମାଧୁର୍ୟ୍ୟତା ପରକୁ ଆପଣାର କରିବ। କାର୍ୟ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି।
ବୃଷ: ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ଚେଷ୍ଟିତ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ କରି ପ୍ରଶଂସାର ପାତ୍ର ହେବେ। ଉଚ୍ଚ ଆଶା ଫଳବତୀ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହୋଇପାରନ୍ତି।
ମିଥୁନ: ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସ୍ନେହ ରହିବ। କାର୍ୟ୍ୟରେ ସଫଳତା ମିଳିବ। ଶ୍ରମ ସାର୍ଥକ ହେବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ।
କର୍କଟ: ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ବିଦ୍ୱାନ୍, ପ୍ରବାସପ୍ରିୟ, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଭୋଗ-ବିଳାସ କରିପାରନ୍ତି। ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ। ପରଚର୍ଚ୍ଚାରେ ମଗ୍ନ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ।
ସିଂହ: ଜଳଯାତ୍ରା ଉପରେ ସତର୍କତା ଲୋଡା, ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହେବେ। ମହିଳା ଓ ବିଦ୍ୟାର୍ଥୀଙ୍କୁ ଜଗି-ରଖି ଚଳିବାକୁ ପଡ଼ିବ। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଈର୍ଷାଳୁ ସ୍ୱଭାବର ହେବେ।
କନ୍ୟା: ଶାନ୍ତ ଓ ଧୈର୍ୟ୍ୟବାନ୍ ହେବା ଆଶାକରାଯାଏ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହୋଇପାରେ। ପରିସ୍ଥିତି ପ୍ରତି ଉଦାସ ଭାବ ପୋଷଣ କରିପାରନ୍ତି। ଆମୋଦ ପ୍ରମୋଦର ଦିନଟି ଅତିବାହିତ ହେବ। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହୋଇପାରନ୍ତି। ତୁଳା: ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧା ଭାଜନ ହେବା ଆଶାକରାଯାଏ। ଆଶ୍ରୟ ମିଳିବ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି।
ବିଛା: ଆକସ୍ମିକ ଧନଲାଭର ସୂଚନା ମିଳୁଛି। ରାଜତୁଲ୍ୟ ମାହଲରେ ଜୀବନଯାପନ କରିବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବାଧା-ବିଘ୍ନକୁ ଏଡ଼ାଇ କାର୍ୟ୍ୟରେ ଅଗ୍ରସର ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ।
ଧନୁ: ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷିକର୍ମରେ ତତ୍ପରତା ପ୍ରକାଶ ପାଇବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ପୁଣ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି।
ମକର: ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ବ୍ୟବସାୟ ଲାଭଜନକ ହେବ। ପରିଶ୍ରମର ମୂଲ୍ୟ ମିଳିବ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିବେ।
କୁମ୍ଭ: ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମନସ୍କାମନାପୂର୍ଣ୍ଣ ହେବ। ଯେକୌଣସି ସୂତ୍ରରୁ ଧନାଗମର ସୂଚନା ମିଳୁଛି। ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ।
ମୀନ: ସମରକ୍ଷେତ୍ରରେ ବିଜୟୀ ହେବେ। ମାଲିମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ଲୋକପ୍ରିୟ ହେବେ। ସାମାଜିକ ଗୌରବ ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ପରିମାଣ ବୃଦ୍ଧି ପାଇବ। ବଳବାନ୍ ହେବେ। ଐଶ୍ୱର୍ୟ୍ୟଯୁକ୍ତ ହୋଇପାରନ୍ତି।