ଆଜିର ରାଶିଫଳ ୯ ଡିସେମ୍ବର ୨୦୧୯(ସୋମବାର)

ଆଜିର ରାଶିଫଳ ୯ ଡିସେମ୍ବର ୨୦୧୯(ସୋମବାର)

ଆଜିର ରାଶିଫଳ ୯ ଡିସେମ୍ବର ୨୦୧୯(ସୋମବାର)
ମେଷ: ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନକାରୀ ଓ ବଳିଷ୍ଠ ହେବେ। ପ୍ରସନ୍ନତା ଲାଭ କରିବେ। ନିଜ କାର୍ୟ୍ୟର ସମୀକ୍ଷା କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଧନବାନ୍ ହେବେ। ବୃଷ: ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ। ଶୁଭକାର୍ୟ୍ୟ ବର୍ଜନୀୟ। ମିତ୍ରମାନେ ଆଡ଼ ହୋଇଯାଇପାରନ୍ତି। ମିଠାକଥାରେ ଅନ୍ୟର ହୃଦୟ ଜିଣିବେ। ପୈତୃକ ସମ୍ପତ୍ତିକୁ ନେଇ ଅଶାନ୍ତି ସୃଷ୍ଟି ହୋଇପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ମିଥୁନ: ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯାତ୍ରାଦିରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। କର୍କଟ: କର୍ମକ୍ଷେତ୍ର ସଫଳମୟ ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ୟ୍ୟ କରଣୀୟ। ବିବାଦରେ ବିଜୟୀ ହେବେ। ନୂତନ ପଦକ୍ଷେପ ନେଇ କାର୍ୟ୍ୟ କରିବେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ସୁସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ। ସିଂହ: କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସଦ୍ବ୍ୟବହାର କରିପାରନ୍ତି। ଭକ୍ତିଗାଥା ଶ୍ରବଣ କରିବେ। କାର୍ୟ୍ୟରେ ସବୁ ବାଧା-ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। କାର୍ୟ୍ୟରେ ସଫଳତା ଲାଭ କରିବେ। କନ୍ୟା: ସ୍ୱାଭିମାନୀ ହେବେ। ଜିତେନ୍ଦ୍ରିୟ ଓ ପରାକ୍ରମୀ ହେବେ। ସହକର୍ମୀଙ୍କୁ ବିରୋଧ କରିପାରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ରହିବ। ଶୁଭକାର୍ୟ୍ୟ ବର୍ଜନ କରିବା ଉଚିତ୍। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ପ୍ରିୟଭାଷୀ ହେବେ। ବଳବାନ୍ ହୋଇପାରନ୍ତି। ତୁଳା: ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସୁଖାଦ୍ୟ ପାଇ ଆନନ୍ଦ ଅନୁଭବ କରିବେ। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସୁଖକର ଘଟଣା ମାନ ଘଟିବ। ବିଛା: ବ୍ୟସ୍ତ ବହୁଳ କାର୍ୟ୍ୟରେ ନିମଗ୍ନ ହେବେ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। କରଜ ସୁଝିବେ। ନୂତନ ଅଭିଜ୍ଞତା ଓ ଜ୍ଞାନ ଲାଭ କରିବେ। ଶତ୍ରୁକୁ ପରାଜିତ କରିବେ। ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଧନୁ: ଗୃହ କାର୍ୟ୍ୟରେ ଆନନ୍ଦ ଅନୁଭବ କରିବେ। ପରାମର୍ଶ ନେଇ କାର୍ୟ୍ୟ କଲେ ସଫଳତା ମିଳିବ। ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ହଠାତ୍ କିଛି ଧନ ମିଳିବା ଆଶା କରାଯାଏ। ବିଭିନ୍ନ ଦିଗରୁ ଅର୍ଥାଗମ ହେବ। ମକର: ପରିବେଶ ଆନନ୍ଦଦାୟକ ହୋଇପାରେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭ କାର୍ୟ୍ୟ ପାଇଁ ସମୟ ଅନୁକୂଳ ରହିଛି। ଠାକୁରଙ୍କ ଦର୍ଶନ ଲାଭ କରି ଆତ୍ମ ସନ୍ତୋଷ ଲାଭ କରିବେ। ଅଶାନ୍ତି ଉପସମ ହେବ। ସରକାରୀ ସ୍ତରରୁ ଲାଭ ମିଳିବ। କୁମ୍ଭ: ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ତଥା ଜ୍ୟୋତିଷ ବିଦ୍ୟାପ୍ରତି ରୁଚି ରହିବ। ସ୍ଥିରମନ, ଧୀର ବୁଦ୍ଧିରେ କାର୍ୟ୍ୟ କରିପାରନ୍ତି। ଶତ୍ରୁମାନେ ମୁଣ୍ଡଟେକି ପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସମୃଦ୍ଧିର ମୂଳଦୁଆ ପଡ଼ିବ। ଯଶସ୍ୱୀ ହୋଇପାରନ୍ତି। ମୀନ: ମନ ଚଞ୍ଚଳ ରହିବ। ପାରିପାର୍ଶ୍ବିକ ଅବସ୍ଥାକୁ ନେଇ ସୁଚିନ୍ତିତ ମତ ବ୍ୟକ୍ତ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ନିଜ କାର୍ୟ୍ୟ ଆନନ୍ଦଦାୟକ ହେବ। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।