ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ଲାଗି ରହିଛି: ସମାଧାନ କରିବାକୁ ହେଲେ ଏହା ଜାଣନ୍ତୁ
ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ଲାଗି ରହିଛି: ସମାଧାନ କରିବାକୁ ହେଲେ ଏହା ଜାଣନ୍ତୁ
admin
Jan 23, 2021 - 11:18
Updated: Jan 23, 2021 - 11:18
ବୈବାହିକ ଜୀବନକୁ ସଫଳ କରିବା ଏକ ସହଜ କାମ ନୁହେଁ । ସମ୍ପର୍କ ବିଶେଷଜ୍ଞ ମାନେ କହିଛନ୍ତି ଯେ, ସମ୍ପର୍କକୁ ଖୁସି ରଖିବା ପାଇଁ ଅନେକ ଜିନିଷ ପ୍ରତି ଯତ୍ନଶୀଳ ହେବାକୁ ପଡିଥାଏ । ଏଥିପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପରସ୍ପରର ଭାବନାକୁ ବୁଝିବା
ପ୍ରତ୍ୟେକ ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ ସମସ୍ୟା ଅତି ସାଧାରଣ କଥା କିନ୍ତୁ ଯଦି ସେଗୁଡିକ ଠିକ୍ ସମୟରେ ଦୂର ନହୁଏ , ତେବେ ତାହା ବଡ ସମସ୍ୟାରେ ପରିବର୍ତନ ହୋଇଯାଏ । ଅନେକ ଲୋକ ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ କହିବାକୁ ଇଚ୍ଛାପ୍ରକାଶ କରନ୍ତି ନାହିଁ । ଏହି ସମସ୍ୟାର ସମାଧାନ ପାଇଁ ସମ୍ପର୍କ ବିଶେଷଜ୍ଞଙ୍କ କିଛି ପରାମର୍ଶ ଲୋକମାନଙ୍କ ପାଇଁ ଉପଯୋଗୀ ହୋଇପାରେ । ଏବେ ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା –
-ସର୍ବଦା କଥାବାର୍ତା ଜାରି ରଖନ୍ତୁ –
ଯେ କୌଣସି ସମସ୍ୟା ଦୂର କରିବାର ପ୍ରଥମ ମାଧ୍ୟମ ହେଉଛି କଥାବାର୍ତା । ଯଦି ଆପଣ ଆପଣଙ୍କ ସାଥିଙ୍କ ସହ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବେ କଥାବାର୍ତା ନକରନ୍ତି ତେବେ ସେତେବେଳ ଯାଏଁ ସମସ୍ୟାର ସମାଧାନ ହେବ ନାହିଁ । କେବଳ କଥାବାର୍ତା ମାଧ୍ୟମରେ ହିଁ ଆପଣ ନିଜ ସାଥିଙ୍କ ଭାବନାକୁ ବୁଝି ପାରିବେ । ସମ୍ପର୍କରେ ସମସ୍ୟା ସେତେବେଳେ ଆସେ , ଯେତେବେଳେ ଦମ୍ପତିମାନେ ନିଜ ମଧ୍ୟରେ କଥାବାର୍ତା ବନ୍ଦ କରନ୍ତି ।
-ସମସ୍ୟାକୁ ବଡ କରନ୍ତୁନାହିଁ –
ଦମ୍ପତି ମାନେ ନିଜ ମଧ୍ୟରେ ଝଗଡ଼ା କରିବା ସାଧାରଣ କଥା । ଏକ ସୁ-ସମ୍ପର୍କ ପାଇଁ ଏହା ମଧ୍ୟ ଆବଶ୍ୟକ କିନ୍ତୁ ସମାନ ପ୍ରସଙ୍ଗରେ ବାରମ୍ବାର ଝଗଡ଼ା କଲେ ତାହା ବଡ ହୋଇଥାଏ । ଏପରି ହେବା ଦ୍ୱାରା ସମ୍ପର୍କରେ ଦୂରତା ସୃଷ୍ଟି ହେବା ଆରମ୍ଭ ହୁଏ । ହୁଏତ କୌଣସି ବିଷୟରେ ଦୁହିଁଙ୍କର ଭିନ୍ନ ଭିନ୍ନ ମତ ଥାଇପାରେ । ସାଥିଙ୍କ ଚିନ୍ତାଧାରାକୁ ଅଣଦେଖା କରିବା ପରିବର୍ତେ ତାକୁ ବୁଝିବାକୁ ଚେଷ୍ଟା କରନ୍ତୁ ।
-ମିଳିମିଶି ଘର କାମ କରନ୍ତୁ –
ଘର କାମ କରିବା ସମୟରେ ଦୁହେଁ ଦୁହିଁଙ୍କୁ ଯାହାଯ୍ୟ କରନ୍ତୁ । ଘରେ ରହିବା ସମୟରେ ଦୁହେଁ ମିଳିମିଶି ସବୁ କାମ କରିବା ଆବଶ୍ୟକ । ଯାହା ଫଳରେ କୌଣସି ଜଣଙ୍କ ଉପରେ ବେଶି ଚାପ ପଡିବ ନାହିଁ ଏହା ଦ୍ୱାରା ଦୁହିଁଙ୍କର ସମ୍ପର୍କରେ ନିବିଡତା ଆସିବ ।
-ଦୁହେଁ ଦୁହିଁଙ୍କୁ ପ୍ରଶଂସା କରନ୍ତୁ –
ସମସ୍ତେ ଆଶା କରନ୍ତି ଯେ, ତାଙ୍କ ସାଥି ତାଙ୍କୁ ସବୁବେଳେ ପ୍ରଶଂସା କରନ୍ତୁ । ପରସ୍ପରକୁ ପ୍ରଶଂସା କଲେ ଦୁହେଁ ସବୁବେଳେ ସକରାତ୍ମକ ରହିବେ ।
-ପରସ୍ପରକୁ ପ୍ରାଥମିକତା ଦିଅନ୍ତୁ –
ଆପଣ କେବଳ ନିଜ ସାଥିଙ୍କ ଠାରୁ ନିଜ ପ୍ରାଥମିକତାର ଆଶା ରଖନ୍ତୁ ନାହିଁ ବରଂ ଆପଣ ସାଥିଙ୍କ ଠାରୁ ପ୍ରାଥମିକତା ପାଇବା ସଙ୍ଗେସଙ୍ଗେ ତାଙ୍କୁ ମଧ୍ୟ ଦିଅନ୍ତୁ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପରସ୍ପରକୁ ସମ୍ମାନ ଦିଅନ୍ତୁ । ଦେଖିବେ ଆପଣଙ୍କ ଜୀବନ ସରସ-ସୁନ୍ଦର ଓ ସୁଖମୟ ହେବ ।