ଜାଣନ୍ତୁ ତାଳି ମାରିବା ଦ୍ୱାରା ଶରୀରର କଣ ଉପକାର ହୋଇଥାଏ

ଜାଣନ୍ତୁ ତାଳି ମାରିବା ଦ୍ୱାରା ଶରୀରର କଣ ଉପକାର ହୋଇଥାଏ

ଜାଣନ୍ତୁ ତାଳି ମାରିବା ଦ୍ୱାରା ଶରୀରର କଣ ଉପକାର ହୋଇଥାଏ
ଯେତେବେଳେ ଯେ କେହିବି ବ୍ୟକ୍ତି, ଯେ କୌଣସି ଭଲ କାମ କରନ୍ତି , ସେତେବେଳେ ତାଙ୍କୁ ତାଳି ବଜାଇ ପ୍ରଶଂସା କରାଯାଏ । ଯେମିତିକି ମଂଚରେ କେହି ଜଣେ ଭଲ ଗୀତ ଗାଇଲେ ବା ନାଚିଲେ କିମ୍ବା କେହି ଭଲ ଭାଷଣ ଦେଲେ, ଲୋକେ ତାଳି ବଜାଇଥାନ୍ତି । କିନ୍ତୁ ତାଳି ବଜାଇବା କୌଣସି ସାଧାରଣ ଅଭ୍ୟାସ ନୁହେଁ । ହୁଏତ ବହୁତ୍ କମ୍ ଲୋକ ଜାଣିଥିବେ ଯେ, ତାଳି ବଜାଇବାରେ ବହୁତ୍ ସ୍ୱାସ୍ଥ୍ୟ ଉପକାରୀ କାରଣ ରହିଛି । ବିଭିନ୍ନ ପ୍ରକାର ରୋଗର ଉପଚାର ତାଳି ବଜାଇବା ଦ୍ୱାରା ହୋଇଥାଏ । -ନିୟମିତ ୨ ରୁ ୩ ମିନିଟ ଯାଏଁ ତାଳି ବଜାଇବା ଦ୍ୱାରା ସ୍ୱାସ୍ଥ୍ୟ ପକ୍ଷେ ଉପକାରୀ । -ଯଦି କେହି ପ୍ରତିଦିନ ବ୍ୟାୟାମ କରି ପାରୁ ନାହାଁନ୍ତି , ତେବେ ପ୍ରତିଦିନ ୧ ରୁ ୨ ମିନିଟ ଯାଏଁ ତାଳି ବଜାଇପାରିବେ । -ବୈଜ୍ଞାନିକ ତଥ୍ୟ ଅନୁସାରେ , ହାତ ପାପୁଲିରେ ଶରୀରର ସମସ୍ତ ଆଭ୍ୟନ୍ତରୀଣ ଶକ୍ତିର ଉତ୍ସ ରହିଛି । ତାଳି ବଜାଇବା ଦ୍ୱାରା, ଏସବୁ ବିନ୍ଦୁ ଉପରେ ବାରମ୍ବାର ଚାପ ପଡିବା ଦ୍ୱାରା ଶରୀରରେ ବିଭିନ୍ନ ଶକ୍ତିକେନ୍ଦ୍ର ଠିକ୍ ଭାବେ କାର୍ଯ୍ୟ କରେ । ଯାହା ଫଳରେ ଶରୀର ସୁସ୍ଥ ରହେ । -ତାଳି ବଜାଇବା ଦ୍ୱାରା ବାତ,ପିତ୍ତ ଓ କଫର ସନ୍ତୁଳନ ଠିକ୍ ରହେ । -ତାଳି ବଜାଇବା ଦ୍ୱାରା ଶରୀରର ଅତିରିକ୍ତ ଚର୍ବି ହ୍ରାସ ପାଏ ।