ଆମେରିକୀୟ ଉପ ରାଷ୍ଟ୍ରପତି ଦୌଡରେ ବଂଶଜ ଭାରତୀୟ କମଲା ହ୍ୟାରିସ୍

ଆମେରିକୀୟ ଉପ ରାଷ୍ଟ୍ରପତି ଦୌଡରେ ବଂଶଜ ଭାରତୀୟ କମଲା ହ୍ୟାରିସ୍

ଆମେରିକୀୟ ଉପ ରାଷ୍ଟ୍ରପତି ଦୌଡରେ ବଂଶଜ ଭାରତୀୟ କମଲା ହ୍ୟାରିସ୍
ୱାଶିଂଟନ୍ : ଆମେରିକୀୟ ଉପ ରାଷ୍ଟ୍ରପତି ନିର୍ବାଚନ ଦୌଡରେ ସାମିଲ ହୋଇଛନ୍ତି ବଂଶଜ ଭାରତୀୟ କମଲା ହ୍ୟାରିସ୍ । ପ୍ରଥମ ଅଣ ଶ୍ୱେତାଙ୍ଗ ମହିଳା ଭାବରେ ହାରିସ୍ ଉପ ରାଷ୍ଟ୍ରପତି ପଦବୀ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ କମଳାଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରିଛନ୍ତି । ତେବେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଚୟନକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । କମଲା ବିଡେନଙ୍କୁ ଅସମ୍ମାନିତ କରିଥିବା ବେଳେ ବିଡେନଙ୍କ ଚୟନ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ଟ୍ରମ୍ପ । କମଲାଙ୍କ ମନୋନୟନକୁ ରାଜନୈତିକ ସମୀକ୍ଷକ ଏବଂ ନେଟିଜେନ୍ ବେଶ୍ ପ୍ରଶଂସା କରିଛନ୍ତି । କମଲା ବଂଶଜ ଭାରତୀୟ ହୋଇଥିବାରୁ ଆମେରିକାରେ ଅବସ୍ଥାନ କରୁଥିବା ବଂଶଜ ଭାରତୀୟଙ୍କ ସମର୍ଥନ ଡେମୋକ୍ରାଟିକ୍ ପାର୍ଟିକୁ ମିଳିବ ବୋଲି ସମୀକ୍ଷକ ମାନେ ମତ ଦେଇଛନ୍ତି । କମଲାଙ୍କ ଚୟନକୁ ବଂଶଜ ଭାରତୀୟ ମାନେ ସମର୍ଥନ କରିଥିବା ବେଳେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ତାଙ୍କ ସମର୍ଥନରେ ଟ୍ୱିଟ୍ କରିଥିଲେ । ମନୋନୀତ ହେବାର କିଛି ସମୟ ମଧ୍ୟରେ ହାରିସ୍ ଟ୍ୱିଟ୍ କରି ନିଜର କୃତଜ୍ଞତା ପ୍ରକାଶ କରିବା ସହିତ ବିଡେନ୍ ଆମେରିକା ବାସୀଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ । ବିଡେନ୍ କ୍ଷମତାକୁ ଆସିଲେ ଆମେରିକୀୟ ବିଚାରଧାରାର ଆମେରିକା ବନାଇବେ ବୋଲି କମଲା ଟ୍ୱିଟ୍ କରିଛନ୍ତି ।