ଆଜି ନୀତି ଆୟୋଗ ବୈଠକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ନାହିଁ

ଆଜି ନୀତି ଆୟୋଗ ବୈଠକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ନାହିଁ

ଆଜି ନୀତି ଆୟୋଗ ବୈଠକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ନାହିଁ
ଭୁବନେଶ୍ୱର: ଆଜି ମୁମ୍ବାଇରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହେବ । ମୁମ୍ବାଇ ମାଲାବାର ହିଲସ୍ଥିତ ଶୟିୟଦ୍ରୀ ଗେଷ୍ଟହାଉସରେ ବୈଠକ ବସିବ । ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ନାହିଁ । ତାଙ୍କ ସ୍ଥାନରେ କୃଷି ମନ୍ତ୍ରୀ ଅରୁଣ ସାହୁ ବୈଠକରେ ସାମିଲ ହେବେ । ଏଥିପାଇଁ କୃଷି ମନ୍ତ୍ରୀ ମୁମ୍ବାଇ ଗସ୍ତ କରିଛନ୍ତି । ବୈଠକରେ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରସ୍ତାବ ଦେବେ ବୋଲି ଅରୁଣ ସାହୁ କହିଛନ୍ତି । ନୀତି ଆୟୋଗ ବୈଠକରେ ଚାଷ ଓ ଚାଷୀର ଉନ୍ନତି ପ୍ରସଙ୍ଗରେ ଆଲୋଚନା ହେବାର ରହିଛି । ଚାଷୀଙ୍କ ଆୟ ବୃଦ୍ଧି, କୃଷି ନୀତି ଉପରେ ମଧ୍ୟ ଆଲୋଚନା ହେବ । ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଦିଆଯିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ଏହି ବୈଠକରେ କୃଷି କ୍ଷେତ୍ରରେ ସାମଗ୍ରୀକ ବିକାଶ ଆଣିବା ଲାଗି ୭ଟି ଏଜେଣ୍ଡା ଉପରେ ଆଲୋଚନା ହେବାର ଅଛି । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯିବ । ଏହା ସହିତ ଉନ୍ନତ କୃଷି ପାଇଁ ଚାଷୀମାନଙ୍କ ପ୍ରଶିକ୍ଷଣ, ବଜାର ଭିତ୍ତିଭୂମି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।