ଆରଡି ବିଭାଗ ରାସ୍ତା ମରାମତି ପାଇଁ ୧୨୫୭ଲକ୍ଷ ଟଙ୍କା ଖର୍ଚ୍ଚ

ଆରଡି ବିଭାଗ ରାସ୍ତା ମରାମତି ପାଇଁ ୧୨୫୭ଲକ୍ଷ ଟଙ୍କା ଖର୍ଚ୍ଚ

ଆରଡି ବିଭାଗ ରାସ୍ତା ମରାମତି ପାଇଁ  ୧୨୫୭ଲକ୍ଷ ଟଙ୍କା ଖର୍ଚ୍ଚ

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ଗୃହରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନେଇ ଉଦବେଗ ପ୍ରକାଶ ପାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର କାମକୁ ନେଇ ବିଧାନସଭାରେ ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକମାନଙ୍କ ଉଦବେଗ ପ୍ରକାଶ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ପୂର୍ତ୍ତ ବିଭାଗକୁ ସ୍ଥାନାନ୍ତରରେ ସମସ୍ୟା ଏବଂ ଗାଁ ରାସ୍ତା ଗୁଡିକ ଦୀର୍ଘ ଦିନ ଧରି ମରାମତି ହେଉନଥିବାରୁ କହିଛନ୍ତି ।

ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନେଇ ଗୃହରେ ଉଦବେଗସେପଟେ ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ କହିଛନ୍ତି ଯେ, ରାଜ୍ୟରେ ୧ ଲକ୍ଷ ୩ ହଜାର ୭୩୧ କିଲୋମିଟର ଆରଡ଼ି ରୋଡ ରହିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଏହାର ମରାମତି ପାଇଁ ୧୨୫୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କିଲୋମିଟର ପିଛା ୧୧ ଲକ୍ଷ ୬୨ ହଜାର ଖର୍ଚ୍ଚ ହୋଇଛି । ଆବଶ୍ୟକସ୍ଥଳେ ମରାମତି ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ।ଆରଡି ବିଭାଗକୁ ନେଇ ବିଧାୟକ ତାରାବାହିନୀ ପତି ଆରଡି ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ। ପ୍ରଧାନମନ୍ତ୍ରୀ ସଡକ ଯୋଜନା ଆସିନଥିଲେ ରାସ୍ତା ବାଟ ହୋଇପାରି ନଥାନ୍ତା । ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଦେଶରେ ଓଡିଶା ପ୍ରଥମ ସ୍ଥାନ ଅଧିକାର କରିଥିଲା । ହେଲେ ଆଜି ଆରଡି ବିଭାଗରେ ରୋଡ ମରାମତି ନେଇ ସମସ୍ୟା ସୃଷ୍ଟି ହୋଇଛି କାରଣ ରାସ୍ତାଘାଟ ମରାମତି ଶୂନ ରହିଥିବା କହିଛନ୍ତି ବିଧାୟକ ତାରାବାହିନୀ ପତି ।

ଅନ୍ୟପଟେ ପଞ୍ଚାୟତିରାଜ ବିଭାଗ ଅଧୀନରେ ଚାଲୁଥିବା ଜଳ ଜୀବନ ମିଶନର କାର୍ୟ୍ୟକାରିତା ନେଇ ମଧ୍ୟ ବିଧାନସଭାରେ ଉଦବେଗ ପ୍ରକାଶ ପାଇଥିଲା । ବିଧାୟକମାନେ ଅଭିଯୋଗ କରିଥିଲେ ଯେ ଜଳ ଜୀବନ ମିଶନରେ କେବଳ ବୋର୍ଡ ମରା ହୋଇଛି ମାତ୍ର ଘରେ ଘରେ ପାଣି ପହଞ୍ଚୁନାହିଁ ।