ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ

ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ

ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ
ଭୁବନେଶ୍ବର : ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଜୁନ୍ ୨୫ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଜୁନ ୨୫ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଚାଲିବ ଜୁଲାଇ ୧୨ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ । ଜୁନ୍ ୨୮ରେ ୨୦୧୯-୨୦ ବର୍ଷ ଲାଗି ବଜେଟ୍ ଉପସ୍ଥାପନ ହେବ । ଏଥର ବିଧାନସଭାରେ ମୋଟ୍ ୩୦ଟି କାର୍ଯ୍ୟ ଦିବସ ରହିଛି । ୩ଟି କାର୍ଯ୍ୟ ଦିବସରେ ସରକାରୀ ବିଲ୍ ନେଇ ଆଲୋଚନା ହେବ । ଅନ୍ୟ ୩ଟି ବେସରକାରୀ ସଙ୍କଳ୍ପ ଓ ବିଲ୍ ଲାଗି ଉଦ୍ଦିଷ୍ଟ ରହିଛି । ଏଥର ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ବିଧାନସଭାରେ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।