ଇଟାଲି, ବ୍ରାଜିଲ, ରୁଷିଆ କାନାଡ଼ା ଜିଡିପିଠୁ ଆପଲ୍ ବଡ଼

ଇଟାଲି, ବ୍ରାଜିଲ, ରୁଷିଆ କାନାଡ଼ା ଜିଡିପିଠୁ ଆପଲ୍ ବଡ଼

ଇଟାଲି, ବ୍ରାଜିଲ, ରୁଷିଆ କାନାଡ଼ା ଜିଡିପିଠୁ ଆପଲ୍ ବଡ଼
ନୂଆଦିଲ୍ଲୀ: ଆଇଫୋନ ନିର୍ମାଣ କରୁଥିବା ଆମେରିକୀୟ କମ୍ପାନୀ ଆପଲର ବ୍ୟାବସାୟିକ ସାମ୍ରାଜ୍ୟ ନିକଟରେ ଦୁଇ ଟି୍ରଲିୟନ ଡଲାର କ୍ଲବରେପ୍ରବେଶ କରିଛି । ଭାରତୀୟ ମୁଦ୍ରା ଅନୁସାରେ କମ୍ପାନୀର ମୂଲ୍ୟ ଏବେ ହେଉଛି ୧,୪୯,୮୫,୮୬୦ କୋଟି ଟଙ୍କା । ଆପଲର ସାମ୍ରାଜ୍ୟ ଏବେ ଭାରତ ଜିଡିପିର ଦୁଇ ତୃତୀୟାଂଶ ସହ ପ୍ରାୟ ସମାନ । ସାଉଦି ଆରବର ତୈଳ କମ୍ପାନୀ ସାଉଦି ଆରାମକୋ ପରେ ଆପଲ ହେଉଛି ବିଶ୍ୱର ଦ୍ୱିତୀୟ ବଡ଼ କମ୍ପାନୀ । ୧୯୭୬ ରେ ଷ୍ଟିଭ ଜବସ, ଷ୍ଟିଭ ୱଜନିଆକ ଓ ରୋନାଲ୍ଡ ୱେନ ଏହାକୁ ସ୍ଥାପନ କରିଥିଲେ । ଏକ ଟି୍ରଲିୟନ ଡଲାରର କମ୍ପାନୀ ହେବା ଲାଗି ଏହାକୁ ୪୨ ବର୍ଷ ସମୟ ଲାଗିଥିଲା । ୨୦୧୮ରେ କମ୍ପାନୀ ସହ ସେହି ମାନ୍ୟତା ପାଇଥିଲା । ଏହାର ଆଉ ମାତ୍ର ଦୁଇ ବର୍ଷ ଭିତରେ କମ୍ପାନୀ ନିଜ ମୂଲ୍ୟକୁ ଆଉ ଏକ ଟି୍ରଲିୟନ ଡଲାର ବଢ଼ାଇବାରେ ସକ୍ଷମ ହୋଇଛି । ଆପଲର ମୂଲ୍ୟ ଏବେ ପାକିସ୍ତାନ ଡିଜିପିର ସାତ ଗୁଣ ସହ ସମାନ ହୋଇଥିବା ବେଳେ ଇଟାଲି, ବ୍ରାଜିଲ, କାନାଡା, ରୁଷିଆ, ସ୍ପେନ ଓ ଅଷ୍ଟ୍ରେଲିଆର ଜିଡିପିଠାରୁ ବଡ଼ ।