୪୦ କିଲୋର ଚକଲେଟ ଗଣପତି

୪୦ କିଲୋର ଚକଲେଟ ଗଣପତି

୪୦ କିଲୋର ଚକଲେଟ ଗଣପତି
ଗତ ୨୨ ତାରିଖରେ ଆନନ୍ଦ ଉଲ୍ଲାସର ସହ ଦେଶରେ ବିଘ୍ନରାଜ ଶ୍ରୀ ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଚି । ଏ ଅବସରରେ ବିଭିନ୍ନ ପ୍ରକାର ଗଣେଶ ମୂର୍ତ୍ତି ଦେଖିବାକୁ ମିଳିଥିଲା । ପରିବେଶ ଅନୁକୁଳ ଗଣେଶଙ୍କଠାରୁ ଆରମ୍ଭ କରି କରୋନା କାଳରେ ଡାକ୍ତର ଓ ସାନିଟାଇଜର ଗଣେଶ ପର୍ଯ୍ୟନ୍ତ ତମାମ ପ୍ରକାର ମୂର୍ତ୍ତି ଦେଶର କୋଣ ଅନୁକୋଣରେ କଳାକାରମାନେ ନିର୍ମାଣ କରିଥିଲେ । ଏହି କ୍ରମରେ ଚକଲେଟ ଗଣପତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଲୁଧିଆନା ସ୍ଥିତ ଶିଖ ରେସ୍ତୋରାଁ ମାଲିକ ହଜିନ୍ଦର ସିଂହ କୁକ୍ରେଜା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଗଣେଶ ମୂର୍ତ୍ତି ସେୟାର କରିଛନ୍ତି । ୧୦ ଜଣ ସେଫ ୧୦ ଦିନ ପରିଶ୍ରମ କରି ଏହି ଗଣେଶ ମୂର୍ତ୍ତି ନିର୍ମାଣ କରିଛନ୍ତି । ଗଣପତି ମୂର୍ତ୍ତି ନିର୍ମାଣରେ ୪୦ କିଲୋ ଚକଲେଟ ଆବଶ୍ୟକ ହୋଇଥିଲା । ହଜିନ୍ଦର ସିଂହ କୁକ୍ରେଜା ଏହି ଚକଲେଟ ଗଣପତିଙ୍କ ଫଟୋ ଓ ଭିଡିଓ ସେୟାର କରିବା ସହ କ୍ୟାପସନ ଲେଖିଛ୍ନ୍ତି ‘ଚକଲେଟ ଗଣେଶ ନିର୍ମାଣର ଏହା ଲଗାତର ୫ମ ବର୍ଷ । ଚକଲେଟ ଗଣେଶ ଜରିଆରେ ପରିବେଶ ଅନୁକୂଳ ଉପାୟରେ ଗଣେଶ ଚତୁର୍ଥୀ ପାଳନ କରିବାକୁ ଲୋକଙ୍କୁ ପ୍ରେରିତ କରିବା ଆମ ଉଦେ୍ଧଶ୍ୟ ।’ ଏହି ପରିବେଶ ଅନୁକୁଳ ଓ ଖାଇବା ଯୋଗ୍ୟ ଗଣେଶ ମୂର୍ତ୍ତି ପାଇଁ ସୋସିଆଲ ମିଡିଆ ୟୁଜର ହଜିନ୍ଦରଙ୍କୁ ଖୁବ ପ୍ରଶଂସା କରୁଛନ୍ତି । ଚଳିତ ବର୍ଷ କରୋନା ଭାଇରସ ମହାମାରୀ ଯୋଗୁଁ ବ୍ୟାପକ ସ୍ତରରେ ଗଣେଶ ପୂଜା ପାଳିତ ହୋଇନାହିଁ । ଲୋକେ ଘରେ ଘରେ ଗଣପତିଙ୍କୁ ଆବାହନ କରିଛନ୍ତି । ପରମ୍ପରା ଓ ବିଧିବିଧାନ ସହିତ ୧୦ ଦିନ ଧରି ଦେଶବ୍ୟାପୀ ଗଣେଶୋତ୍ସବ ପାଳିତ ହେବ ।