ଇଡି ଦପ୍ତରରେ ରାହୁଲ, କଂଗ୍ରେସର ହଲ୍ଲାବୋଲ
ଇଡି ଦପ୍ତରରେ ରାହୁଲ, କଂଗ୍ରେସର ହଲ୍ଲାବୋଲ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି। ଏହି ଘଟଣାରେ କଂଗ୍ରେସ ପୂରା ବ୍ୟାପକ ଆନ୍ଦୋଳନ ଛିଡ଼ା କରିଛି । କଂଗ୍ରେସର ସବୁ ବଡ଼ ନେତା, ଛାମୁଆ ସଂଗଠନ ନେତା, କର୍ମୀ ପଦଯାତ୍ରା କରି ଦିଲ୍ଲୀ ଇଡି ଅଫିସ ଆଗରେ ବିକ୍ଷୋଭ କରିଛନ୍ତି। ଏଥିରେ ପ୍ରିୟଙ୍କା ଗାନ୍ଧି, କଂଗ୍ରେସର ୨ ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ଆଗଧାଡ଼ିଆ ନେତା ସାମିଲ ହୋଇଛନ୍ତି । କେବଳ ଦିଲ୍ଲୀ ନୁହେଁ ସାରା ଦେଶରେ କଂଗ୍ରେସ ଇଡି ଅଫିସ ଆଗରେ ବିକ୍ଷୋଭ କରିଛନ୍ତି। ଏବେ ବି ଦିଲ୍ଲୀରେ କଂଗ୍ରେସ ନେତାମାନେ ଧାରଣା ଦେଇଛନ୍ତି। କଂଗ୍ରେସ ନେତା ଓ କର୍ମୀଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି।
ଗତ ୩ ତାରିଖରେ ନେସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ବା (ଇଡି) ରାହୁଲଙ୍କୁ ସମନ କରିଥିଲା । ପୂର୍ବରୁ ମଧ୍ୟ ଏହି ମାମଲାରେ ଇଡି ଗୋଟିଏ ଥର ସମନ କରିସାରିଥିବା ବେଳେ ଏହା ଥିଲା ଇଡିର ଦ୍ବିତୀୟ ଥର ପାଇଁ ସମନ । ସମନ ଅନୁଯାୟୀ ଜୁନ୍ ୧୩ ତାରିଖ ଅର୍ଥାତ୍ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟକାର୍ୟ୍ୟାଳୟରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଥିଲା । ଏହା ପୂର୍ବରୁ ଜୁନ୍ ୨ ତାରିଖରେ ଇଡି ରାହୁଲଙ୍କୁ ଡକାଇଥିଲା । ହେଲେ ରାହୁଲ ବିଦେଶରେ ଥିବା ଦର୍ଶାଇ ହାଜର ହୋଇନଥିଲେ । ଏହି ମାମଲାରେ ସୋନିଆଙ୍କୁ ମଧ୍ୟ ସମନ ହୋଇଛି । ହେଲେ ତାଙ୍କର ସ୍ୱାସ୍ଥାବସ୍ଥା ଖରାପ ଥିବାରୁ ସେ ୩ ସପ୍ତାହ ଇଡିକୁ ସମୟ ମାଗିଛନ୍ତି ।




admin 