ନିଖୋଜ ବିମାନର ଜାରି ରହିଛି ସନ୍ଧାନ

ନିଖୋଜ ବିମାନର ଜାରି ରହିଛି ସନ୍ଧାନ

ନିଖୋଜ ବିମାନର ଜାରି ରହିଛି ସନ୍ଧାନ
ନୂଆଦିଲ୍ଲୀ: ସୋମବାର ଠାରୁ ଅରୁଣାଚଳ ପ୍ରଦେଶର ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର ଏକ ପରିବହନ ବିମାନ ଏନ-୩୨ର ପତା ଲଗାଇବା ପାଇଁ ଅଭିଯାନ ରହିଛି । ସ୍ଥଳସେନା ଓ ଆଇଟିବିପି ସ୍ଥଳଭାଗରେ ବିମାନର ସନ୍ଧାନ କରୁଥିବା ବେଳେ ଏହି କାର୍ଯ୍ୟ ପାଇଁ ବାୟୁସେନାର ଦୁଇଟି ସୁଖୋଇ-୩୦ ଏମକେଆଇ ଯୁଦ୍ଧବିମାନ, ଗୋଟିଏ ସି-୧୩୦ ଜେ ସାମରିକ ପରିବହନ ବିମାନ , ଆଉ ଗୋଟିଏ ଏଏନ-୩୨, ଦୁଇଟି ଏମଆଇ-୧୭ ହେଲିକପ୍ଟର ଏବଂ ଗୋଟିଏ ଅତ୍ୟାଧୁନିକ ହାଲୁକା ହେଲିକପ୍ଟରକୁ ବି ନିୟୋଜିତ କରାଯାଇଛି । ଭାରତୀୟ ସଂସ୍ଥାର କେତେକ ଗୁଇନ୍ଦା ଉପଗ୍ରହ ଜରିଆରେ ବି ଭୂମିର ଫଟୋ ନିଆଯାଇ ଯାଂଜ କରାଯାଉଛି । ଏହାବାଦ ସ୍ଥାନୀୟ ଲୋକଙ୍କ ସହ ପ୍ରଶାସନର କେତେକ ଅଧିକାରୀ ଓ ସେଠାକାର ଭୌଗଳିକ ପରିସ୍ଥିତି ସହ ପରିଚିତ ଥିବା ଶିକାରୀମାନଙ୍କର ଏକ ଦଳ ବି ନିୟୋଜିତ ରହିଛନ୍ତି । ହେଲେ ଏପର୍ଯ୍ୟନ୍ତ ଏଥିରେ ସଫଳତା ମିଳିନାହିଁ ।