ଇଥାନଲର କ୍ରୟମୂଲ୍ୟ ବୃଦ୍ଧିକୁ ଧର୍ମେନ୍ଦ୍ରଙ୍କ ସ୍ୱାଗତ

ଇଥାନଲର କ୍ରୟମୂଲ୍ୟ ବୃଦ୍ଧିକୁ ଧର୍ମେନ୍ଦ୍ରଙ୍କ ସ୍ୱାଗତ

ଇଥାନଲର କ୍ରୟମୂଲ୍ୟ ବୃଦ୍ଧିକୁ ଧର୍ମେନ୍ଦ୍ରଙ୍କ ସ୍ୱାଗତ
ଭୁବନେଶ୍ୱର : କେନ୍ଦ୍ର କ୍ୟାବିନେଟରେ ଇଥାନଲର ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର କ୍ୟାବିନେଟ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ଅଖୁଚାଷୀଙ୍କ ଆୟ ବୃଦ୍ଧି ହେବ ବୋଲି ଧର୍ମେନ୍ଦ୍ର ମତ ଦେଇଛନ୍ତି । ଏହା ସହିତ ଇଥାନୋଲ ମୃଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଆଖୁ ମିଲର ନଗଦ ପାଣ୍ଠିକୁ ବୃଦ୍ଧି କରାଯିବ । ଏହା ସହିତ ପେଟ୍ରୋଲିୟମ ଉପôାଦର ଆମଦାନୀ ମଧ୍ୟ କମ ହେବ ଏବଂ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ ବୋଲି ଧର୍ମେନ୍ଦ୍ର ମତ ରଖିଛନ୍ତି ।