ଫ୍ରାନ୍ସ ଆକ୍ରମଣକୁ ନେଇ ମହାଥୀରଙ୍କ ବିବାଦୀୟ ବୟାନ

ଫ୍ରାନ୍ସ ଆକ୍ରମଣକୁ ନେଇ ମହାଥୀରଙ୍କ ବିବାଦୀୟ ବୟାନ

ଫ୍ରାନ୍ସ ଆକ୍ରମଣକୁ ନେଇ ମହାଥୀରଙ୍କ ବିବାଦୀୟ ବୟାନ
ପ୍ୟାରିସ : ଫ୍ରାନ୍ସରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ପୂର୍ବତନ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦ । ନିର୍ଯାତିତ ହୋଇ ରହିଥିବା କ୍ଷୁବ୍ଧ ମୁସଲିମଙ୍କ ହତ୍ୟା କରିବାର ଅଧିକାର ରହିଛି ବୋଲି ଟ୍ୱିଟ କରିଛନ୍ତି ମହମ୍ମଦ । ପୂର୍ବରୁ ସାମନ୍ତବାଦ ଯୁଗରେ ଫ୍ରାନ୍ସରେ ଲକ୍ଷ ଲକ୍ଷ ମୁସଲିମଙ୍କୁ ହତ୍ୟା କରାଯାଇଛି ତେଣୁ ବର୍ତ୍ତମାନର କ୍ଷୁବ୍ଧ ମୁସଲିମ ମାନଙ୍କର ହତ୍ୟା କରିବାର ଅଧିକାର ରହିଛି ବୋଲି ମହମ୍ମଦ ବୟାନ ଦେଇଛନ୍ତି । ଏହା ସହିତ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାର୍କନ ଏଭଳି ପରସ୍ଥିତି ପାଇଁ ଦାୟୀ ବୋଲି ମହମ୍ମଦ ଟ୍ୱିଟ କରିଛନ୍ତି । ମାର୍କନଙ୍କ ମୁସଲିମ ମାରଣ ନୀତି କାରଣରୁ ଫ୍ରାନ୍ସରେ ମୁସଲିମ ମାନେ ନିର୍ଯାତିତ ଅବସ୍ଥାରେ ରହିଛନ୍ତି । ପାଶ୍ଚାତ୍ୟ ରାଷ୍ଟ୍ର ମାନେ ନିଜ ଧର୍ମକୁ ପାଳନ କରୁନାହାନ୍ତି ଏବଂ ଅନ୍ୟ ନାଗରିକଙ୍କୁ ମଧ୍ୟ ସେମାନଙ୍କ ଧର୍ମ ପାଳନ କରିବାରେ ବାଧା ଦେଉଛନ୍ତି । ଏପରି ଜାରି ରହିଲେ ମୁସଲିମ ମାନେ ଅଧିକ ହତ୍ୟ କରିବେ ବୋଲି ମହମ୍ମଦ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜି ନିସରେ ଏକ ଚର୍ଚ୍ଚ ଉପରେ ଆକ୍ରମଣ କରି ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ହତ୍ୟା କରିଥିଲେ ଜଣେ ଇସଲାମ ମୌଳବାଦୀ ।