୨ ତାରିଖରୁ ଖୋଲିବ ଏମ୍ସ ଓପିଡି

୨ ତାରିଖରୁ ଖୋଲିବ ଏମ୍ସ ଓପିଡି

୨ ତାରିଖରୁ ଖୋଲିବ ଏମ୍ସ ଓପିଡି
ଭୁବନେଶ୍ୱର : କରୋନା ସଙ୍କଟ କାରଣରୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିଥିବା ଏମ୍ସର ଓପିଡି ଖୋଲିବାକୁ ଯାଉଛି । ନଭେମ୍ବର ୨ ତାରିଖରୁ ଓପିଡି ଖୋଲିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରାରମ୍ଭିକ ଭାବରେ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ପ୍ରତି ବିଭାଗରୁ ଦୈନିକ ୩୦ ରୋଗୀଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ଜଣାପଡିଛି । ପରବର୍ତ୍ତୀ ସମୟରେ ନଭେମ୍ବର ୯ ତାରିଖରୁ ଏକ ସପ୍ତାହ ପର୍ଯ୍ୟନ୍ତ ରୋଗୀ ସଂଖ୍ୟା ୫୦ କୁ ବୃଦ୍ଧି କରାଯିବ । ସେହିପରି ଧୀରେ ଧୀରେ ରୋଗୀ ସଂଖ୍ୟା ଅଧିକ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି । କରୋନା ସଂକ୍ରମଣ ପାଇଁ ଜୁଲାଇ ୧୦ ତାରିଖରୁ ଏମ୍ସର ଓପିଡି ବନ୍ଦ ରହିଥିଲା ।