ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ କମିଟି ଗଠନ

ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ କମିଟି ଗଠନ

ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ କମିଟି ଗଠନ
ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷା ସଂରକ୍ଷଣ ପ୍ରସଙ୍ଗରେ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏ ପ୍ରସଙ୍ଗରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପରେ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି । ଅବସରପ୍ରାପ୍ତ ହାଇକୋର୍ଟ ଜଜ ଜଷ୍ଟିସ ଏ.କେ ମିଶ୍ରଙ୍କୁ କମିଟି ମୁଖ୍ୟଭାବେ ନିଯୁକ୍ତ କରାଯାଇଛି । ସେହିପରି ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଭିସି ଅଶୋକ କୁମାର ଦାସଙ୍କୁ କମିଟି ସଦସ୍ୟଭାବେ ନିଯୁକ୍ତ କରାଯାଇଛି । ପ୍ରକାଶ ଯେ, ଡାକ୍ତରୀ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏବେ ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ସଂରକ୍ଷଣ ମିଳିବ । ଗତ ୨୮ ତାରିଖ ଦିନ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଥିଲା । ଡାକ୍ତରୀ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟସ୍ତରରେ ନିଟ ଓ ଜେଇଇ ପରି ଏକକ ପରୀକ୍ଷା ପ୍ରବର୍ତିତ ହୋଇଛି । ତେବେ ସରକାରୀ ହାଇସ୍କୁଲ ଓ କଲେଜର ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଉପରୋକ୍ତ ପାଠ୍ୟକ୍ରମରେ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି । ଗ୍ରାମାଂଚଳର ପିଲାମାନେ ଉପଯୁକ୍ତ କୋଚିଂ ସୁବିଧା ପାଉନଥିବାରୁ ଏହିସବୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି । ଏହିସବୁ ଏକକ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସ୍ୱତନ୍ତ୍ର ତାଲିମର ଆବଶ୍ୟକତା ରହିଛି । ସହରାଂଚଳରେ କୋଚିଂ ସେଂଟର ଖୋଲୁଥିବାରୁ ତାଲିମ ନେବା ନିମନ୍ତେ ଅଧିକ ଅର୍ଥର ଆବଶ୍ୟକତା ଅଛି । ଫଳରେ ଗ୍ରାମାଂଚଳ ଓ ସରକାରୀ ସ୍କୁଲ ପିଲାମାନେ ଏହି ସୁଯୋଗରୁ ବଂଚିତ ହେଉଛନ୍ତି । ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ଓଡ଼ିଶାର ଡାକ୍ତରୀ ଓ ଇଂଜିନିୟରିଂ କଲେଜମାନଙ୍କରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ନିଷ୍ପତି ନିଆଯାଇଥିଲା । ଆଗାମୀ ଶିକ୍ଷାବର୍ଷ ଠାରୁ ଏହା ଲାଗୁ କରାଯିବ ।