ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଦୀପ ଜେନା

ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଦୀପ ଜେନା

ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଦୀପ ଜେନା
ଭୁବନେଶ୍ୱର: ନୂଆ ଉନ୍ନୟନ କମିଶନର ଭାବେ ପ୍ରଦୀପ କୁମାର ଜେନା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୯ ବ୍ୟାଚର ଆଇଏଏସ୍ ହେଉଛନ୍ତି ପ୍ରଦୀପ ଜେନା । ସୁରେଶ ମହାପାତ୍ର ପଦବୀ ଛାଡିବା ପରେ ପିକେ ଜେନା ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ୟୁଏନ୍‌ଡିପିର ଟିମ୍‌ ମୁଖ୍ୟ ଭାବେ କାର୍ୟ୍ୟ କରିବା ପରେ ୨୦୦୬ ମସିହାରେ ଓଡ଼ିଶା ସରକାରଙ୍କ ବହୁ ପ୍ରଶଂସିତ ଥଇଥାନ ଓ ପୁନର୍ବାସ ନୀତି ପ୍ରସ୍ତୁତ କରିବାରେ ମୁଖ୍ୟ ବିନ୍ଧାଣି ରହିଥିଲେ । ପରେ ସେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦୀର୍ଘ ୬ ବର୍ଷ ଧରି ଦାୟିତ୍ବ ତୁଲାଇଥିଲେ। ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ପଦରେ ଥିଲାବେଳେ ୨୦୧୩ ମସିହାରେ ଫାଇଲିନ୍‌ ବାତ୍ୟା ହୋଇଥିଲା। ଅଳ୍ପ ଦିନ ଭିତରେ ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ପୁନଃପ୍ରତିଷ୍ଠା କରିବାରେ ଶ୍ରୀ ଜେନାଙ୍କ ଯେଭଳି ଆଖିଦୃଶିଆ ପଦକ୍ଷେପ ନେଇଥିଲେ ତାହା ଆଜି ବି ଓଡ଼ିଶା ପ୍ରଶାସନ କ୍ଷେତ୍ରରେ ଉଦାହରଣ ବୋଲି ଗଣାଯାଏ । ଚଳିତ ବର୍ଷ କୋଭିଡ୍‌ ମହାମାରୀ ସମୟରେ ସାରା ରାଜ୍ୟ ସଂଗ୍ରାମ କରୁଥିବାବେଳେ ସ୍ବତନ୍ତ୍ର ରିଲିଫ୍‌ କମିସନର ପଦରେ ରହି ପ୍ରଦୀପ କୁମାର ଜେନା ଅଦ୍ୟାବଧି ତାଙ୍କର ଗୁରୁଦାୟିତ୍ବ ତୁଲାଇଆସୁଛନ୍ତି ।