ଏଇ ମାସରେ ଆସିବ ଟିକା!

ଏଇ ମାସରେ ଆସିବ ଟିକା!

ଏଇ ମାସରେ ଆସିବ ଟିକା!
ଭୁବନେଶ୍ୱର:ଚଳିତ ମାସ ଶେଷ ସୁଦ୍ଧା ଓଡିଶାକୁ କରୋନା ଟିକା ଆସିପାରେ । ଟିକା ଆସିବା ନେଇ ଆଶା ପ୍ରକାଶ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଏଇ ମାସ ୩୦ ତାରିଖ ସୁଦ୍ଧା ଟିକା ଆସିବ ବୋଲି ସୂଚନା ମିଳୁଛି । ପ୍ରଥମେ କରୋନା ଯୋଦ୍ଧାମାନଙ୍କୁ ଟିକା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ତାପରେ ବୟସ୍କମାନଙ୍କୁ ଦେବା ପାଇଁ ଆଲୋଚନା ହୋଇଛି । ଏନେଇ କେନ୍ଦ୍ର ସରକାର ପକ୍ଷରୁ ଗାଇଡ ଲାଇନ ଆସିଲେ ପୂରା ବ୍ୟବସ୍ଥା କରାଯିବ । ରାଜ୍ୟରେ ଡ୍ରାଏରନ ଶେଷ ହୋଇଛି । କୋରାନା ଟିକା ଆସିଲେ ସମସ୍ତଙ୍କୁ ଦିଆଯିବ ବୋଲି ନବ ଦାସ ସୂଚନା ଦେଇଛନ୍ତି ।