ଏକତା କୁପର ଆରେଷ୍ଟ ୱାରେଣ୍ଟ ଜାରି

ଏକତା କୁପର ଆରେଷ୍ଟ ୱାରେଣ୍ଟ ଜାରି

ଏକତା କୁପର ଆରେଷ୍ଟ ୱାରେଣ୍ଟ  ଜାରି

ପାଟନା: ଅଡୁଆରେ ପ୍ରଯୋଜିକା ଏକତା କୁପର । ଚଳଚ୍ଚିତ୍ର ନିର୍ମାତା ତଥା ଟିଭି ସିରିଏଲ ନିର୍ଦ୍ଦେଶିକା ଏକତା କପୁରଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ବିହାରର ବେଗୁସରାଇର ଏକ କୋର୍ଟରେ ଏକତା କପୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏକତାଙ୍କ ସହ ତାଙ୍କ ମାଆ ଶୋଭା କପୁରଙ୍କ ନାମରେ ମଧ୍ୟ ଗିରଫ ପରୱାନା ଜାରି ହୋଇଥିବା ଜଣାପଡିଛି ।

ଏକ ୱେବ ସିରିଜ ଟ୍ରିପଲ ଏକ୍ସ (ସିଜନ-୨)ରେ ଯବାନଙ୍କ ଅପମାନ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଭାବାବେଗକୁ ଆଘାତ କରିଥିବା ନେଇ ଜଣେ ପୂର୍ବତନ ସେନା ଶମ୍ଭୁ କୁମାର ଏକତା ଓ ତାଙ୍କ ମାଆଙ୍କ ନାମରେ ଅଭିଯୋଗ କରିଛନ୍ତି । ଜଣେ ଯବାନ ତାଙ୍କ ସ୍ତ୍ରୀଙ୍କୁ ନେଇ ଏହି ୱେବ ସିରିଜରେ ଆପତ୍ତିଜନକ ଦୃଶ୍ୟ ରହିଥିବା ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି । ଅଭିଯୋଗ ପୂର୍ବରୁ ଏକତା କପୁର ଓ ତାଙ୍କ ମାଆଙ୍କୁ ହାଜର ହେବାକୁ ବେଗୁସରାଇ କୋର୍ଟ ନୋଟିସ୍‌ କରିଥିଲେ । ବିବାଦ ଉଠିବା ପରେ ଆପତ୍ତିଜନକ ଦୃଶ୍ୟ ହଟାଇ ଦେବାକୁ କହିଥିଲେ ଏକତା କିନ୍ତୁ କୋର୍ଟରେ ହାଜର ହୋଇନଥିଲେ । ୨୦୨୦ରେ ଏ ନେଇ ଅଭିଯୋଗ ହୋଇଥିଲା ।

ଓକିଲ ହୃଷିକେଶ ପାଠକ କହିଛନ୍ତି, "କୋର୍ଟ ତାଙ୍କୁ ଡକାଇ ଏହି ମାମଲାରେ ହାଜର ହେବାକୁ କହିଥିଲେ । ସେ କୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ଆପତ୍ତି ପରେ ସିରିଜର କିଛି ଦୃଶ୍ୟ ହଟାଇ ଦିଆଯାଇଛି କିନ୍ତୁ ସେ ତାହା କରିନାହାନ୍ତି । ତେଣୁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି ।''