ଦୁଃଖିତ ଅକ୍ଷୟ କୁମାର

ଦୁଃଖିତ ଅକ୍ଷୟ କୁମାର

ଦୁଃଖିତ ଅକ୍ଷୟ କୁମାର
ଏଇ କିଛି ଦିନ ତଳେ ଥାଇଲାଣ୍ଡରୁ ନିଜ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ସୁଟିଂ ଶେଷ କରି ଫେରିଛନ୍ତି ଖିଲାଡି ଅକ୍ଷୟ କୁମାର । ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ଏଇ ଚଳଚ୍ଚିତ୍ରରେ ତାଙ୍କ ସହ କ୍ୟାଟ୍ରିନା କେଫ କାମ କରୁଛନ୍ତି । ସୂର୍ଯ୍ୟବଂଶୀ ଚଳିତ ବର୍ଷ ଡିସେମ୍ବରରେ ମୁକ୍ତିଲାଭ ହେବାର ଯୋଜନା ଅଛି । ପ୍ରାୟ ଦେଢ଼ ମାସ ଥାଇଲାଣ୍ଡରେ ରହିବା ପରେ ଅକ୍ଷୟ ଘରକୁ ଫେରିଥିଲେ । ଗେହ୍ଲୀ ଝିଅ ନିତାରାକୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଫେରିବା ପରେ ତୁରନ୍ତ ଲଣ୍ଡନ ଛୁଟି କାଟିବାକୁ ଯିବେ । ପୂର୍ବରୁ ଟିକେଟ ବୁକିଂ ମଧ୍ୟ ହୋଇସାରିଥିଲା । ଯଥାଦିନ ଅକ୍ଷୟ ଝିଅ ନିତାରା ଓ ପତ୍ନୀ ଟ୍ୱିଙ୍କିଲଙ୍କ ସହ ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ମୁମ୍ବାଇରେ ମୂଷଳ ବର୍ଷା ଆରମ୍ଭ ହୋଇସାରିଥାଏ । ବିମାନବନ୍ଦରରେ ପହଞ୍ଚିବା ପରେ ପାଇଲଟ ଅବଗତ କରାଇଲେ ଯେ ପୁରା ରନ ୱେ ବର୍ଷା ପାଣିରେ ଉବୁଟୁବୁ । ଏଣୁ ଉଡାଣ ଭରିବା ଅସମ୍ଭବ । ଫ୍ଲାଇଟକୁ ବାତିଲ କରାଗଲା । ଅକ୍ଷୟ ଓ ତାଙ୍କ ପତ୍ନୀ ପରିସ୍ଥିତି ବୁଝିପାରିଲେ । କିନ୍ତୁ ନିତାରା ଅବୁଝା ହୋଇଗଲେ । ବିମାନବନ୍ଦରରେ କାନ୍ଦି କାନ୍ଦି ଅଥୟ ହେଲେ ଯେପରି ହେଉ ସେ ଛୁଟି କାଟିବାକୁ ଲଣ୍ଡନ ଯିବେ । ଝିଅର କାନ୍ଦ ଦେଖି ଅକ୍ଷୟ ମନଦୁଃଖରେ ଶେଷରେ ଘରକୁ ଫେରିଥିଲେ । ଯଥାଶୀଘ୍ର ମୁମ୍ବାଇରେ ସ୍ୱାଭାବିକ ପରିସ୍ଥିତି ହେଲେ ଅକ୍ଷୟ ଝିଅକୁ ନେଇ ନିଜ ଗନ୍ତବ୍ୟସ୍ଥଳକୁ ଯିବେ ବୋଲି ସେ କହିଛନ୍ତି ।