କେଶ ଅଧିକ ଝଡ଼ୁଥିଲେ...

କେଶ ଅଧିକ ଝଡ଼ୁଥିଲେ...

କେଶ ଅଧିକ ଝଡ଼ୁଥିଲେ...
ର୍ଷାଦିନେ ଉଭୟ ଯୁବତୀ ଓ ମହିଳାଙ୍କର ସାମାନ୍ୟ ଅଧିକ କେଶ ଝଡ଼ା ହୋଇଥାଏ । ଏଥି ନିମନ୍ତେ ବ୍ୟସ୍ତବିବ୍ରତ ନ ହୋଇ ବରଂ ଘରୋଇ ଉପଚାର କରିବା ଉଚିତ । ଅଣ୍ଡାର ଧଳା ଅଂଶକୁ ଏକ ପାତ୍ରରେ ନେଇ ସେଥିରେ ୨ ଚାମଚ ଅଲିଭ ତେଲ ମିଶାଇବେ । ତାହାକୁ ପ୍ୟାକ୍ ଭଳି କେଶ ମୂଳରେ ଲଗାଇ ୨୦ ମିନିଟ୍ ପରେ ସାମ୍ପୁ କରନ୍ତୁ । ସପ୍ତାହକୁ ୨ ଥର ଏଇ ଉପାୟ କରିବା ପରେ ଦେଖିବେ କଶଝଡ଼ା ହ୍ରାସ ପାଇଛି । ଗୋଟିଏ ପାତ୍ରରେ ମେଥିଦାନାକୁ ଭିଜାଇ ପୁରା ରାତି ରଖନ୍ତୁ । ସକାଳୁ ସେହି ପାଣିକୁ ଛାଣି ବାଲଟିଏ ପାଣିରେ ମିଶାଇ କେଶ ଧୁଅନ୍ତୁ । ଏଇ ପାଣି କେଶ ମୂଳକୁ ।କ୍ତ କରିବା ସହ ଅକାଳ ପକ୍ୱତାରୁ ରକ୍ଷା କରେ । ଦହିକୁ କେଶମୂଳରେ ଲଗାଇ ୧୫ ମିନିଟ ଶାମ୍ପୁ କରିନେବେ । ଏହା ମଧ୍ୟ କେଶ ଝଡ଼ାରୁ ରୋକିବା ସହ କେଶର ଘନତ୍ୱ ବଢ଼ାଇଥାଏ । ନଡ଼ିଆ ପାଣିକୁ ତୁଳାରେ ନେଇ କେଶମୂଳରେ ଲଗାଇ କିଛି ସମୟ ପରେ କେଶ ଧୁଅନ୍ତୁ । କେଶ ଝଡ଼ିବାରୁ ରକ୍ଷା ପାଇବା ନିମନ୍ତେ ଏହା ଏକ ସର୍ବୋକ୍ରୃଷ୍ଟ ଉପାୟ ।