ଶରୀର ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ ଥଣ୍ଡା କ୍ଷୀର

ଶରୀର ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ ଥଣ୍ଡା କ୍ଷୀର

ଶରୀର ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ ଥଣ୍ଡା କ୍ଷୀର

ଆମେ ସମସ୍ତେ ଜାଣୁ କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। କାରଣ ଏଥିରେ କ୍ୟାଲସିୟମ ବ୍ୟତୀତ ଏପରି ଅନେକ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ, ଯାହା ଆମ ହାଡ ସହିତ ସମଗ୍ର ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କ୍ଷୀରକୁ ଆମେ ଅନେକ ଉପାୟରେ ପିଇଥାଉ। ଯେପରି ଛୋଟ ପିଲା ଏବଂ ନବଜାତ ଶିଶୁକୁ ଉଷୁମ କିମ୍ବା ହାଲୁକା ଉଷୁମ କ୍ଷୀର ଦେବା ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ। ସେହିପରି ବଡମାନଙ୍କୁ ଗରମ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଏ। କିନ୍ତୁ କେତେକ ପରିସ୍ଥିତିରେ ଥଣ୍ଡା କ୍ଷୀର ପିଇବା ଆପଣଙ୍କ ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ। ଥଣ୍ଡା କ୍ଷୀରକୁ ଆପଣ ମିଲ୍କ ସ୍ମୁଦି, ମିଲ୍କ ସେକ୍, କୋଲ୍ଡ କଫି ଭାବରେ ପିଇଥିବେ, କିନ୍ତୁ ଆପଣ ଜାଣନ୍ତି କି ଥଣ୍ଡା କ୍ଷୀର ପିଇବା ଆପଣଙ୍କ ପାଇଁ କେତେ ଲାଭଦାୟକ ହୋଇପାରେ?

ଥଣ୍ଡା କ୍ଷୀରରେ କ’ଣ ଖାସ୍ ଅଛି :

ବିଶେଷଜ୍ଞଙ୍କ ଅନୁଯାୟୀ, ଥଣ୍ଡା କ୍ଷୀରରେ ପୋଟାସିୟମ୍, ଫସଫରସ୍, ଭିଟାମିନ୍ ଏବଂ କ୍ୟାଲସିୟମ୍ ଭଳି ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଥଣ୍ଡା କ୍ଷୀର ପିଇବାଦ୍ୱାରା ଆପଣଙ୍କ ଶରୀର ହାଇଡ୍ରେଟ୍ ରହିଥାଏ। ଏହା ସହିତ, ଆପଣ ଅନେକ ହଜମ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ପାଆନ୍ତି। ଥଣ୍ଡା କ୍ଷୀର ପିଇବା ଦ୍ୱାରା ଆପଣ ଦୀର୍ଘ ସମୟ ପର୍ୟ୍ୟନ୍ତ ଭୋକିଲା ଅନୁଭବ କରନ୍ତି ନାହିଁ ଏବଂ ଆପଣ ଦିନସାରା ସତେଜ ଅନୁଭବ କରନ୍ତି।

ଥଣ୍ଡା କ୍ଷୀର ପିଇବା ଦ୍ୱାରା କିପରି ସ୍ୱାସ୍ଥ୍ୟକୁ ଫାଇଦା ମିଳିଥାଏ :

ଓଜନ କମିଥାଏ :

ଥଣ୍ଡା କ୍ଷୀର ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ଯଦି ଆପଣ କମ୍ ଚର୍ବି ଥଣ୍ଡା କ୍ଷୀର ପିଅନ୍ତି, ତେବେ ଆପଣ ଦୀର୍ଘ ସମୟ ପର୍ୟ୍ୟନ୍ତ ଭୋକିଲା ଅନୁଭବ କରିବେ ନାହିଁ। ଏହା ବ୍ୟତୀତ କ୍ଷୀରରେ କ୍ୟାଲୋରୀ ପରିମାଣ ମଧ୍ୟ ବହୁତ କମ୍ ମିଳିଥାଏ । ତେଣୁ ଏହାକୁ ପିଇବା ଦ୍ୱାରା ଓଜନ ହ୍ରାସ ହେବାରେ ସାହାଯ୍ୟ ମିଳିଥାଏ।

ଚର୍ମ ପାଇଁ ଲାଭଦାୟକ :

ଥଣ୍ଡା କ୍ଷୀର ପିଇବା ଦ୍ୱାରା ଆପଣ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ପାଆନ୍ତି। କାରଣ ଏହା ଆପଣଙ୍କ ତ୍ୱଚାକୁ ଏକ ପ୍ରାକୃତିକ ଚମକ ଦେଇଥାଏ। ଯଦି ଆପଣ ମୁହଁରେ ଥଣ୍ଡା କ୍ଷୀର ବ୍ୟବହାର କରିବେ, ତେବେ ଡ୍ରାଇ ସ୍କିନ୍‌ରୁ ମୁକ୍ତି ପାଇବେ। ଏଥି ସହିତ ଫାଇନ୍ ଲାଇନ୍ସ ସମସ୍ୟା ସହିତ ସହିତ ବ୍ରଣରରୁ ମଧ୍ୟ ଆରାମ ମିଳିଥାଏ।

ବ୍ଲଡ୍ ପ୍ରେସରକୁ ଠିକ୍ ରଖିଥାଏ :

ଆମେରିକୀୟ ହାର୍ଟ ଆସୋସିଏସନ ଅନୁଯାୟୀ, ଥଣ୍ଡା କ୍ଷୀରରେ ପ୍ରଚୁର ପୋଟାସିୟମ ମିଳିଥାଏ। ଯାହା ହୃଦ୍ ରୋଗ ସହିତ ରକ୍ତଚାପ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ସେଥିପାଇଁ ହଠାତ୍ ରକ୍ତଚାପ ହ୍ରାସ ହେଲେ ମିଠା ଥଣ୍ଡା କ୍ଷୀର ପିଇବା ଆରାମ ଦେଇଥାଏ।