ଲାଗୁ ହେବ ‘ହେଲିକପ୍ଟର ମନି’, ଲୋକେ ପାଇବେ ମାଗଣା ଟଙ୍କା

ଲାଗୁ ହେବ ‘ହେଲିକପ୍ଟର ମନି’, ଲୋକେ ପାଇବେ ମାଗଣା ଟଙ୍କା

 ଲାଗୁ ହେବ ‘ହେଲିକପ୍ଟର ମନି’, ଲୋକେ ପାଇବେ ମାଗଣା ଟଙ୍କା
କରୋନା ମହାମାରୀ ଯୋଗୁଁ ମୁହଁମାଡି ପଡ଼ିଥିବା ଅର୍ଥବ୍ୟବସ୍ଥାକୁ ସଜାଡ଼ିବା ପାଇଁ ନୁ୍ୟଜିଲାଣ୍ଡ ସରକାର ଏକ ଭିନ୍ନ ବିଚାର ଉପରେ କାର୍ଯ୍ୟ କରୁଛନ୍ତି । ଲୋକଙ୍କ ହାତକୁ ସିଧାସଳଖ ନଗଦ ଯୋଗାଇ ଦେବେ ସରକାର । ମାଗଣାରେ ନୋଟ ବଣ୍ଟାଯିବ । ଏଥିପାଇଁ ପ୍ରଚୁର ନୋଟ୍‍ ଛାପିବ ନୁ୍ୟଜିଲାଣ୍ଡ କେନ୍ଦ୍ରୀୟ ବ୍ୟାଙ୍କ । ଲୋକଙ୍କୁ ଏହି ଟଙ୍କାକୁ ପରିଶୋଧ କରିବାକୁ ପଡ଼ିବ ନାହିଁ । ଏଭଳି ସୂଚନା ଦେଇଛନ୍ତି ନୁ୍ୟଜିଲାଣ୍ଡର ଅର୍ଥମନ୍ତ୍ରୀ ଗ୍ରାଣ୍ଟ ରୋବର୍ଟସନ୍‍ । ନୁ୍ୟଜିଲାଣ୍ଡ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ନୀତିଗତ ପ୍ରୋତ୍ସାହନ ଅନ୍ତର୍ଗତ ଲୋକଙ୍କୁ ସିଧାସଳଖ ନଗଦ ବିତରଣ କରିବା ଉପରେ ଆମେ ବିଚାର କରୁଛୁ । ‘ହେଲିକପ୍ଟର ମନି’ ର ଉପଯୋଗ କରାଯାଇ ଲୋକଙ୍କ ହାତକୁ ନଗଦ ସ୍ଥାନାନ୍ତର କରାଯିବ । କରୋନା ମହାମାରୀ ବା କୋଭିଡ-୧୯ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାରେ ଏହା ସହାୟକ ହେବ । ସୂଚନା ଯୋଗ୍ୟ, କରୋନା ପ୍ରକୋପ ବଢ଼ିବା କାରଣରୁ କ୍ରମାଗତ ଭାବେ ନୁ୍ୟଜିଲାଣ୍ଡ ଅର୍ଥବ୍ୟବସ୍ଥାରେ ପତନ ଘଟୁଛି । ଏଥିପାଇଁ ନୁ୍ୟଜିଲାଣ୍ଡ ସରକାର ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ‘ହେଲିକପ୍ଟର ମନି’ ବ୍ୟବସ୍ଥାକୁ ଆପଣାଇବା ପାଇଁ ବିଚାର କରୁଛନ୍ତି । ସରଳ ଭାଷାରେ ଏହା କୁହାଯିବ ଯେ, ଏହି ବ୍ୟବସ୍ଥା ଅଧୀନରେ କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କୁ ଏଭଳି ନୋଟ ଯୋଗାଇଥାଏ । ଯାହାର ପରିଶୋଧ କରାଯାଇନଥାଏ । ଏହା ମାଧ୍ୟମରେ ଲୋକଙ୍କ ହାତରେ ଅଧିକ ଟଙ୍କା ପହଞ୍ଚିଥାଏ । ଏହା ହେଲେ ସେମାନେ ଖର୍ଚ୍ଚ କରିବେ ଏବଂ ଅର୍ଥନୈତିକ ସୁଧାର ଆସିବ । ହେଲିକପ୍ଟର ମନି କ’ଣ? ହେଲିକପ୍ଟର ମନି ମୁଦ୍ରାନୀତିର ଏକ ଅପରମ୍ପରାଗତ ଟୁଲ । ଏହା ଜରିଆରେ ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ଉଦ୍ୟମ କରାଯାଇଥାଏ । ବୃହତ ମାତ୍ରାରେ ଟଙ୍କା ଛପାଯାଏ ଏବଂ ଏହାକୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଦିଆଯାଏ । ସର୍ବପ୍ରଥମେ ଏହି ଶବ୍ଦକୁ ଆମେରିକୀୟ ଅର୍ଥନୀତିଜ୍ଞ ମିଲଟନ ଫ୍ରାଡମ୍ୟାନ ବ୍ୟବହାର କରିଥିଲେ । ଫ୍ରାଡମ୍ୟାନ ଏହାକୁ ନେଇ କହିଥିଲେ ଯେ, ଅର୍ଥବ୍ୟବସ୍ଥାରେ ହଠାତ ନଗଦ ପରିମାଣ ବଢ଼ାଥ ଦେଲେ ମାନ୍ଦାବସ୍ଥାକୁ କିଛି ମାତ୍ରାରେ ପ୍ରତିହତ କରିହେବ ଏବଂ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ । ଏହି ଭଳି ନୀତି ଜରିଆରେ କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କ ଜରିଆରେ ନୋଟ୍‍ ଯୋଗାଇ ବଢ଼ାଇଦିଏ ଏବଂ ଲୋକଙ୍କ ହାତକୁ ନୂଆ ଟଙ୍କା ଯାଏ । ଏହା ଦ୍ୱାରା ବ୍ୟୟ ବଢ଼ିଥାଏ ଏବଂ ଅର୍ଥନୀତିରେ ଚାହିଦା ଆସିଥାଏ ।