ବିଷ ପିଇଥିବା ବ୍ୟକ୍ତିର ଜୀବନକୁ ଏଭଳି ବଞ୍ଚାଇପାରିବେ
ବିଷ ପିଇଥିବା ବ୍ୟକ୍ତିର ଜୀବନକୁ ଏଭଳି ବଞ୍ଚାଇପାରିବେ
admin
May 16, 2021 - 06:40
Updated: May 16, 2021 - 06:40
ଯଦି କୌଣସି ବ୍ୟକ୍ତି ବିଷ ପିଇ ଦେଇଥାନ୍ତି ତେବେ ଏଭଳି ପରିପରିସ୍ଥିତିରେ ଡାକ୍ତରଖାନା ଯିବା ପୂର୍ବରୁ ପ୍ରାଥମିକ ଚିକିତ୍ସା ଦ୍ୱାରା ଉକ୍ତ ବ୍ୟକ୍ତିଙ୍କୁ ମେଡିକାଲରେ ପହଂଚିବା ପର୍ୟ୍ୟନ୍ତ ଜୀବନକୁ ବଞ୍ଚାଯାଇପାରିବ । କିଛି ପ୍ରାଥମିକ ଉପଚାର ଅଛି ଯାହାକୁ ୯୯ ପ୍ରତିଶତ ଲୋକ ତାହା ସଂପର୍କରେ ଜାଣନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା ଏହି ପ୍ରାଥମିକ ଚିକିତ୍ସା ସଂପର୍କରେ
• ଯଦି ବିଷ ଖାଇଥିବା ବ୍ୟକ୍ତିଙ୍କର ବାନ୍ତି ହେଉନାହିଁ ତେବେ ଏଭଳି ପରିସ୍ଥିତିରେ ଆପଣ କୌଣସି ବି ଉପାୟରେ ତଥା ମୁହଁରେ ଆଙ୍ଗୁଠି ପୁରାଇ ହେଉ କିମ୍ବା ଅନ୍ୟ କୌଣସି ଉପାୟରେ ବାନ୍ତି କରାଇବାକୁ ଚେଷ୍ଟା କରନ୍ତୁ । ବାନ୍ତି ହୋଇଗଲେ ପେଟ ଭିତରକୁ ଯାହା ବି ବିଷ ପଶିଥିବ ତାହା ବାହାରକୁ ବାହାରିଯିବ । କିମ୍ବା ବାନ୍ତି କରାଇବାକୁ ହେଲେ ପ୍ରଥମେ ସୋରିଷକୁ ବାଟି ତାକୁ ପାଣିରେ ମିଶାଇ ଏକ ଘୋଳ ତିଆରି କରନ୍ତୁ। ଏହି ଘୋଳକୁ ପିଇଲେ ବାନ୍ତି ଲାଗିବ।
• ଯଦି କୌଣସି ବ୍ୟକ୍ତି ବିଷ ପିଇଦେଇଥାନ୍ତି ତେବେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବା ପୂର୍ବରୁ ପ୍ରାଥମିକ ଉପଚାର ଭାବେ ଆପଣ ଦେଶୀ ଘିଅ ଏବଂ ଗୋଲମରିଚ ଦ୍ୱାରା ରୋଗୀ ଜୀବନ ରକ୍ଷା କରିପାରିବେ । ଏଥିପାଇଁ ୧୦୦ରୁ ୧୫୦ ଗ୍ରାମର ଦେଶୀ ଘିଅକୁ ଉଷୁମ କରି ନିଅନ୍ତୁ ଏବଂ ଏଥିରେ ୧୫ରୁ ୨୦ଟି ଗୋଲମରିଚକୁ ଗୁଣ୍ଡ କରି ମିଶାଇ ରୋଗୀକୁ ପିଆଇବା ଦ୍ୱାରା ବିଷର ପ୍ରଭାବ କମ ହୋଇଥାଏ ।
• ସେହିପରି ବିଷ ପିଇଥିବା ବ୍ୟକ୍ତିଙ୍କୁ ତୁରନ୍ତ କ୍ଷୀର ପିଆଇ ଦିଅନ୍ତୁ । କାରଣ କ୍ଷୀର ବିଷ ସସ୍ପର୍ଶରେ ଆସି ଫାଟି ଯାଇଥାଏ । ଯାହାଦ୍ୱାରା ଉକ୍ତ ବ୍ୟକ୍ତି ଜଣକର ବାନ୍ତି ହୋଇଯିବ ଓ ଏସହିତ ବିଷ ମଦ୍ୟ ବାହାରକୁ ଚାଲିଆସିଥାଏ । ଏହାପରେ ତାଙ୍କୁ ଆରାମ ମିଳିବ ।
• ଯଦି ବିଷ ବ୍ୟକ୍ତିର ରକ୍ତ ସସ୍ପର୍ଶରେ ଚାଲିଆସିଛି ତେବେ ଏଭଳି ପରିସ୍ଥିତିରେ ଆପଣ ଗୋଟିଏ ଗ୍ଲାସ୍ କ୍ଷୀରରେ ଗୋଟିଏ ଚାମଚ ହଳଦୀ ଗୁଣ୍ଡ ମିଶାଇ ପିଇବାକୁ ଦିଅନ୍ତୁ । କାରଣ ହଦଳୀରେ ଥିବା ଆଂଟସେପଟିକ୍ ଗୁଣ ବିଷଧର କୀଟାଣୁରୁ ନଷ୍ଟ କରିବାରେ ସକ୍ଷମ ହୋଇଥାଏ ।
. ସେହିପରି ବିଷ ପିଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଏକ ଗିଲାସ ପାଣିରେ ଏକ ମୁଠା ଲୁଣ ମିଶାଇ ପିଆଇ ଦିଅନ୍ତୁ। ଏଭଳି କରିଲେ ତୁରନ୍ତ ବାନ୍ତି ଲାଗିବ।