ଏପରି ଭାତ ଖାଇଲେ କମିବ ଓଜନ

ଏପରି ଭାତ ଖାଇଲେ କମିବ ଓଜନ

ଏପରି ଭାତ ଖାଇଲେ କମିବ ଓଜନ

ଭୁବନେଶ୍ୱର: ଆଜିକାଲି ଓଜନ କମାଇବାକୁ ନେଇ ଲୋକମାନେ ଖୁବ୍ ଚିନ୍ତିତ। ପ୍ରାୟତଃ ଲୋକମାନେ ଓଜନ ବଢିବା କାରଣରୁ ଭାତ ଖାଇବା ମଧ୍ଯ ବନ୍ଦ କରିଦେଇଥାନ୍ତି। ଅନେକ ଲୋକମାନେ ମଧ୍ଯ ଭାତ ଖାଇବା ପରିବର୍ତ୍ତେ ରୁଟି ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। କିନ୍ତୁ ସତରେ କଣ ଭାତ ଖାଇବା ଏତେ ଖରାପ ? ବିଲ୍କୁଲ୍ ନୁହେଁ କାରଣ ସେଲିବ୍ରିଟୀ ମଧ୍ଯ ଭାତ ଖାଇବାକୁ ସପୋର୍ଟ କରିଥାନ୍ତି। ରାତିରେ ଭାତ ଏବଂ ଡାଲି ଖାଇଶକୁ ଉପଦେଶ ଦେଇଥାନ୍ତି।

ଓଜନ କମାଇବା ପାଇଁ ପ୍ରଥମେ ଭାତ ନ ଖାଇବାକୁ ହିଁ ପରାମର୍ଶ ଦିଆଯାଇଥାଏ । କିନ୍ତୁ କିଛି ଲୋକଙ୍କୁ ଭାତ ଏତେ ପସନ୍ଦ ହୋଇଥାଏ ଯେ ସେମାନେ ଯେତେ ଚେଷ୍ଟା କଲେ ବି ଭାତ ଛାଡି ପାରି ନଥାନ୍ତି । କିନ୍ତୁ ଜାଣନ୍ତିକି ଭାତ ନ ଛାଡ଼ି ମଧ୍ୟ ଆପଣ ନିଜ ଶରୀରର ଅତ୍ୟଧିକ ଚର୍ବିକୁ କମାଇପାରିବେ । ତେବେ ଆସନ୍ତୁ କିଛି ଟିପ୍ସ ବିଷୟରେ ଜାଣିବା ଯାହା ପ୍ରତି ଧ୍ୟାନ ରଖିଲେ ଆମେ ନିଜ ଓଜନକୁ ଅତି କମ ସମୟ ଭିତରେ କମାଇ ପାରିବେ ।

ପ୍ରକୃତରେ ଭାତରେ ଫ୍ୟାଟ ଓ ଫାଇବର ପରି ତତ୍ତ୍ୱ ମାନ ଭରପୁର ମାତ୍ରାରେ ଥାଏ । ଯାହା ଦ୍ୱାରା ଏହା ଶୀଘ୍ର ହଜମ ହୋଇଥାଏ । ଏହା ସହ ଭାତରେ କାର୍ବୋହାଇଡ୍ରେଟ ମଧ୍ୟ ପ୍ରଚୁର ମାତ୍ରାରେ ଥାଏ । ଯାହା ଶରୀରକୁ ଶକ୍ତି ପ୍ରଦାନ କରେ । ଏହା ସହ ଶରୀରର କୋଲେଷ୍ଟେରଲ ସମସ୍ୟା ମଧ୍ୟ ଭାତ ଖାଇବା ଦ୍ୱାରା ହିଁ ଲାଘବ ହୋଇଥାଏ । ଚାଉଳ ଏକ ପ୍ରବାୟୋଟିକ ଅଟେ । ଯାହା ଆପଣଙ୍କ ପେଟ ଭର୍ତ୍ତି କରିବା ସହ ଶରୀରର କ୍ୟାଲୋରୀକୁ ମଧ୍ୟ ବଢ଼ାଇ ଥାଏ । ପ୍ରିବାୟୋଟିକ୍ସ ଏକପ୍ରକାର ଫାଇବର ହୋଇଥାଏ, ଯାହା ଆମ ଶରୀର ସହଜରେ ହଜମ କରିପାରନଥାଏ। କିନ୍ତୁ ଶରୀରରେ ଥିବା ପ୍ରୋବାୟୋଟିକ୍ସ ଯାହା ପାଚନ ପକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ଯ କରିଥାଏ। ସଫା ଚାଉଳ ଖାଆନ୍ତୁ, ଯେଉଁଥିରେ ପ୍ରିବାୟୋଟିକ୍ସ ରହିଥାଏ।

ଫ୍ରାଏଡ଼ ଭାତ ଠାରୁ ଦୂରେଇ ରୁହନ୍ତୁ:
- ଯଦି ଆପଣ ନିଜ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଫ୍ରାଏଡ଼ ଭାତକୁ ବର୍ଜନ କରନ୍ତୁ । ପ୍ଲେନ, ପଲିସଡ଼ ଧଳା ଭାତ ବଦଳରେ ଅନପଲିସଡ଼, ବ୍ରାଉନ ବା ନାଲି ଭାତ ମଧ୍ୟ ଖାଇ ପାରନ୍ତି । ଯଦି ଆପଣଙ୍କୁ ବାରମ୍ବାର ଭୋକ ଲାଗୁଥାଏ ତେବେ ଲଞ୍ଚରେ ପଳାଉ ପ୍ରସ୍ତୁତ କରି ଖାଆନ୍ତୁ । ଏଥିରେ ପନିପରିବା ଆଦି ପକେଇବା ଦ୍ୱାରା ଭାତର ନ୍ୟୁଟ୍ରିସନ ପରିମାଣ ମଧ୍ୟ ଅଧିକ ମାତ୍ରାରେ ବଢି ଯାଇଥାଏ । ଏହାକୁ ଖାଇବା ଦ୍ୱାରା ପେଟ ମଧ୍ୟ ପୂରିକି ରହିଥାଏ ଯାହାଦ୍ୱାରା ବାରମ୍ବାର ଭୋକ ଲାଗିନଥାଏ । ଯାହା ଆପଣଙ୍କ ଓଜନ କମାଇବାରେ ବିଶେଷ ସହାୟକ ହୋଇଥାଏ ।

-ଓଜନ କମାଇବାକୁ ଲକ୍ଷ ରଖିଥିଲେ ଦିନକୁ କେବଳ ଥରେ ମାତ୍ର ହିଁ ଭାତ ଖାଆନ୍ତୁ । ଲଞ୍ଚ ଅଥବା ଡିନରରେ ଭାତ ଖାଆନ୍ତୁ ।

-ଯଦି ଆପଣଙ୍କୁ ଧଳା ଭାତ ଅଧିକ ଖାଇବା ପସନ୍ଦ ତେବେ ଏହା ସହ ଡାଲି, ପାନିପରିବା ତରକାରୀ ଖାଆନ୍ତୁ । କିନ୍ତୁ ସବୁବେଳେ ଧ୍ୟାନ ରଖିବେ ତରକାରୀ ଖୁବ କମ ମସଲା ଓ ତେଲରେ ହିଁ ପ୍ରସ୍ତୁତ ହୋଇଥିବା ଦରକାର ।

-ଚାଉଳକୁ ସିଝାଇ, ଗ୍ରୀଲଡ଼ କରି ବା ରୋଷ୍ଟ କରି ମଧ୍ୟ ଖାଇ ପାରିବେ । ଯାହା ଦ୍ୱାରା ଖାଦ୍ୟରୁ ଫ୍ୟାଟର ମାତ୍ରା କମି ଯାଇଥାଏ ।

– ଭାତ ସହ ଡାଲି ଖାଇବା ସର୍ବୋତ୍କୃଷ୍ଟ । ଏହି ଦୁଇଟିର ମିଶ୍ରଣରେ ଶରୀରକୁ ଆବଶ୍ୟକ ମୁତାବକ ଆମିନୋ ଏସିଡ ମିଳିପାରିଥାଏ । ଯାହାକି ଶରୀର ଭିତରେ ସ୍ଵତ ସ୍ପୃତ ଭାବେ ସୃଷ୍ଟି ହୋଇନଥାଏ ।

-ସବୁବେଳେ ଭାତ ପ୍ରେସର କୁକର ବଦଳରେ ହାଣ୍ଡି ବା ଡେକଚିରେ ଅଧିକ ପାଣି ଦେଇ ହିଁ ପ୍ରସ୍ତୁତ କରନ୍ତୁ । ଏହା ଦ୍ଵାରା ଭାତ ଗାଳିବା ସମୟରେ ଭାତରୁ ଷ୍ଟାର୍ଚ୍ଚ ଯୁକ୍ତ ପାଣି ବାହାରିଯାଇଥାଏ । ଯାହା ଦ୍ୱାରା ନ୍ୟୁଟ୍ରିସନ ମାତ୍ରା ବଢି ଯାଇଥାଏ ।