ଏବେ ସାଧୁ, ସନ୍ଥ, ଅସହାୟ, ଭିକାରୀ ଓ ମାନସିକ ବିକୃତ ଲୋକଙ୍କୁ ଦିଆଯିବ କରୋନା ଟିକା

ଏବେ ସାଧୁ, ସନ୍ଥ, ଅସହାୟ, ଭିକାରୀ ଓ ମାନସିକ ବିକୃତ ଲୋକଙ୍କୁ ଦିଆଯିବ କରୋନା ଟିକା

ଏବେ ସାଧୁ, ସନ୍ଥ, ଅସହାୟ, ଭିକାରୀ ଓ ମାନସିକ ବିକୃତ ଲୋକଙ୍କୁ ଦିଆଯିବ କରୋନା ଟିକା
ଭୁବନେଶ୍ୱର : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଏବେ ଟିକରକରଣ କାର୍ଯ୍ୟ ଜୋରଦାର ଚାଲିଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏବେ ସାଧୁ, ସନ୍ଥ, ଅସହାୟ, ଭିକାରୀ ଓ ମାନସିକ ବିକୃତ ଲୋକଙ୍କୁ ଟିକା ଦିଆଯିବ । ଏଭଳି ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଟିକା ବ୍ୟବସ୍ଥା କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ ସବୁ ଜିଲ୍ଲାପାଳ ଓ ମୁ୍ୟନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି । ଟିକା ପାଇଁ ୭ଟି ପରିଚୟପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡ଼ୁଛି । ସାଧୁସନ୍ଥ ଓ ଭିକାରୀଙ୍କ ଭଳି କିଛି ବ୍ୟକ୍ତି ଅଛନ୍ତି ଯାହାଙ୍କ ପାଖରେ ଏସବୁ କିଛି ନାହିଁ । ସେମାନଙ୍କୁ ବି ସଂକ୍ରମଣ ଭୟ ରହୁଛି । ସେମାନଙ୍କୁ ଟିକାକରଣ କରଯାଉ ବୋଲି ଏସିଏସ କହିଛନ୍ତି । ଏଭଳି ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଟିକା ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ଏସିଏସ ସବୁ ଜିଲ୍ଲାପାଳ ଓ ମୁ୍ୟନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ।