ଏମାନେ ଭୁଲରେ ଖାଆନ୍ତୁ ନାହିଁ ମୁଗ ଡାଲି

ଏମାନେ ଭୁଲରେ ଖାଆନ୍ତୁ ନାହିଁ ମୁଗ ଡାଲି

ଏମାନେ ଭୁଲରେ ଖାଆନ୍ତୁ ନାହିଁ ମୁଗ ଡାଲି

ଡାଲି ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ବୋଲି କୁହାଯାଏ। ସବୁ ପ୍ରକାର ଡାଲିରେ ପ୍ରୋଟିନ୍ ସହିତ ଅନେକ ପୋଷକ ତତ୍ତ୍ବ ମିଳିଥାଏ, ଯାହାକି ଶରୀର ପାଇଁ ଖୁବ୍ ଦରକାରୀ। ସେଭଳି ମୁଗ ଡାଲିରେ ଫାଇବର, ପ୍ରୋଟିନ୍, କପର, ଭିଟାମିନ୍ ସି, ପୋଟାସିୟମ୍‌ ଆଦି ମିଳିଥାଏ। ଏହାର ସେବନ ଦ୍ବାରା ବ୍ଲଡ ପ୍ରେସର କନଟ୍ରୋଲ ରହିଥାଏ, କିନ୍ତୁ କ’ଣ ଜାଣନ୍ତି କି କିଛି ଲୋକଙ୍କ ପାଇଁ ମୁଗ ଡାଲି ମଧ୍ୟ କ୍ଷତିକାରକ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁମାନଙ୍କୁ ମୁଗ ଡାଲି ଖାଇବା ଉଚିତ ନୁହେଁ?

ଲୋ ବ୍ଲଡ ସୁଗାର: ଲୋ ବ୍ଲଡ ସୁଗାର ସମସ୍ୟା ଥିଲେ ମୁଗ ଡାଲି ଖାଇବା କ୍ଷତି କାରକ ହୋଇପାରେ। ମୁଗ ଡାଲିରେ ଏଭଳି ଉପାଦାନ ରହିଛି, ଯାହାକି ବ୍ଲଡ ସୁଗାରକୁ କମ୍ କରିବାରେ କାମ କରିଥାଏ। ଏଭଳି ସ୍ଥିତିରେ ବ୍ଲଡ ସୁଗାର ସମସ୍ୟା ସହ ସଂଗ୍ରାମ କରୁଥିବା ଲୋକଙ୍କୁ  ମୁଗ ଡାଲି ଖାଇବା ଅନୁଚିତ।


ଲୋ ବ୍ଲଡ ପ୍ରେସର:  ହାଇ ବ୍ଲଡ ପ୍ରେସରକୁ କନଟ୍ରୋଲ କରିବା ପାଇଁ ମୁଗଡାଲି ଖାଇବା ଖୁବ୍ ଲାଭଦାୟକ। ହେଲେ ଲୋ ବ୍ଲଡ ପ୍ରେସର ଥିଲେ ମୁଗଡାଲି ଖାଇବାଠାରୁ ଦୂରେଇ ରହିବା ଦରକାର। ଏହାର ସେବନ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ।

ହାଇ ୟୁରିକ୍‌ ଏସିଡ୍‌: ଶରୀରରେ ୟୁରିକ୍‌ ଏସିଡ୍‌ର ସ୍ତର ବଢିଲେ ମୁଗ ଡାଲି ଖାଇବାଠାରୁ ଦୂରେଇ ରହିବା ଦରକାର। ମୁଗ ଡାଲିରେ ପ୍ରୋଟିନ୍‌ର ମାତ୍ରା ଖୁବ୍ ଅଧିକ ହୋଇଥାଏ। ଏହି କାରଣରୁ ଆପଣଙ୍କ ଶରୀରରେ ୟୁରିକ୍ ଏସିଡ୍‌ର ସ୍ତର ଆହୁରି ବଢିପାରେ। ସେଥିପାଇଁ ହାଇ ୟୁରିକ୍‌ ଏସିଡ୍‌ର ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କୁ ମୁଗ ଡାଲି ଖାଇବାଠାରୁ ଦୂରେଇ ରହିବା ଦରକାର।


କିଡନୀ ଷ୍ଟୋନ୍‌: କିଡନୀ ଷ୍ଟୋନ୍‌ର ସମସ୍ୟାରେ ଖାଦ୍ୟପେୟର ଧ୍ୟାନ ନରଖିବା ଦ୍ବାରା ଆପଣଙ୍କ ସମସ୍ୟା ବଢିବାରେ। କିଡନୀ ଷ୍ଟୋନ ସମସ୍ୟା ଥିଲେ ମୁଗ ଡାଲିର ଅଧିକ ସେବନ କରିବା କ୍ଷତିକାରକ ହୋଇପାରେ। ଏଥିରେ ପ୍ରୋଟିନ୍ ଓ ଅକ୍ସାଲେଟ୍‌ର ମାତ୍ରା ଅଧିକ ଥାଏ।