ଏଭଳି ଭାବରେ ପେଟକୁ ମାଲିସ କରନ୍ତୁ : ଏହି ଫାଇଦା ମିଳିବ

ଏଭଳି ଭାବରେ ପେଟକୁ ମାଲିସ କରନ୍ତୁ : ଏହି ଫାଇଦା ମିଳିବ

ଏଭଳି ଭାବରେ ପେଟକୁ ମାଲିସ କରନ୍ତୁ : ଏହି ଫାଇଦା ମିଳିବ
ପେଟରେ ତେଲ ମାଲିସ୍ କରିବା ଶରୀର ପକ୍ଷେ ବହୁତ ହିତକର। ଏହା ଦ୍ବାରା ଅନେକ ଫାଇଦା ମଧ୍ୟ ମିଳିଥାଏ। ଅଳ୍ପ ଗରମ ତେଲକୁ ନେଇ ପେଟରେ ମାଲିସ କରିଲେ ପେଟ ସହ ସମ୍ବନ୍ଧିତ ଅନେକ ସମସ୍ୟାର ସମାଧାନ ମିଳିଥାଏ। ତେବେ ଆସନ୍ତୁ ଜାଣିବା ପେଟକୁ ମାଲିସ କରିଲେ କଣ କଣ ଫାଇଦା ମିଳିବ। ୧.ପ୍ରତିଦିନ ତେଲକୁ ହାଲୁକା ଭାବେ ଗରମ କରି ପେଟରେ ମାଲିସ କରିଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଏହା ସହିତ ପେଟ ମଧ୍ୟ ସଫା ହୋଇଯାଇଥାଏ। ୨. ଯେଉଁମାନେ ସବୁବେଳେ ଟେନସନରେ ରୁହନ୍ତି ସେମାନେ ସବୁବେଳେ ପେଟରେ ତେଲ ମାଲିସ କରିବା ନିହାତି ଜରୁରୀ। ଏଭଳି କରିବା ଦ୍ବାରା ଟେନସନ୍ ଦୂର ହୋଇଥାଏ। ମସ୍ତିସ୍କ ଶାନ୍ତ ମଧ୍ୟ ରହିଥାଏ। ୩. ପ୍ରତିଦିନ ପେଟରେ ତେଲ ମାଲିସ କରିଲେ ପାଚନ ତନ୍ତ୍ର ଠିକ ରହିଥାଏ। ଖାଇବା ମଧ୍ୟ ଭଲ ଭାବେ ହଜମ ହୋଇଥାଏ। ପେଟ ସମ୍ପନ୍ଧିତ ରୋଗ ଭଲ ହୋଇଯାଇଥାଏ। ୪. ପ୍ରତିଦିନ ପେଟର ମାଲିସ କରିବା ଦ୍ବାରା ପେଟର ଅତିରିକ୍ତ ଚର୍ବି ଧିରେ ଦିରେ କମିଯାଏ। ଏହା ସହିତ ଶରୀରର ଓଜନ ମଧ୍ୟ କମ ହୋଇଯାଇଥାଏ।