ଏହିଭଳି ପୁଲୱାମାର ପ୍ରତିଶୋଧ ନେଇଥିଲା ଭାରତ ।

ଏହିଭଳି ପୁଲୱାମାର ପ୍ରତିଶୋଧ ନେଇଥିଲା ଭାରତ ।

ଏହିଭଳି ପୁଲୱାମାର ପ୍ରତିଶୋଧ ନେଇଥିଲା ଭାରତ ।
୨୦୧୯ ଫେବୃଆରୀ ୧୪ ତାରିଖରେ ହୋଇଥିଲା ପୁଲୱାମା ଆତଙ୍କ । ଯେଉଁଥିରେ ୪୦ଜଣ ଯବାନ ପ୍ରାଣ ହରାଇଥିଲେ । ଏହାର କଡା ଜବାବ୍ ଦେଇଥିଲା ଭାରତ । ଆତଙ୍କୀର ଠିକ୍ ୧୨ ଦିନ ୨୬ ଫେବୃଆରୀ ଅର୍ଥାତ୍ ଆଜିର ଦିନରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଉପରେ ପ୍ରତିଶୋଧ ନେଇଥିଲା ଭାରତ । ଏହା ପୂର୍ବରୁ ଗୁପ୍ତ ଭାବରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା ଭାରତ । ୧୫ ଫେବୃଆରୀ- ପୁଲୱାମା ଆତଙ୍କୀ ହମଲା ପରେ ପ୍ରତିଶୋଧ ପାଇଁ ପିଓକେରେ ଆକାଶମାର୍ଗରୁ ଆକ୍ରମଣ ପାଇଁ ପ୍ରସ୍ତାବ ଦେଇଥିଲେ ବାୟୁସେନା ମୁଖ୍ୟ ବିଏସ ଧାନୋଆ । ସରକାର ମଧ୍ୟ ଏହାକୁ ସବୁଜ ସଙ୍କେତ ଦେଇଥିଲେ । ୧୬-୨୫ ଫେବୃଆରୀ ମଧ୍ୟରେ ସମସ୍ତ ପ୍ରସ୍ତୁତି ସରି ଆରମ୍ଭ ହୋଇଥିଲା ଅପରେସନ୍ । ୧୨ଟି ମିରାଜ୍ ୨୦୦୦ ଯୁଦ୍ଧ ବିମାନ ଲେଜର ଗାଇଡେଡ୍ ବୋମା ସହ ଗ୍ୱାଲିୟରରୁ ଉଡାଣ ଭରିଥିଲେ । ଭଟିଣ୍ଡାରୁ ୱାର୍ଣ୍ଣିଂ ଜେଟ୍ ଏବଂ ଆଗ୍ରାରୁ ରି-ଫୁଏଲିଂ ଟ୍ୟାଙ୍କର ପିଓକେ ଅଭିମୁଖେ ବାହାରିଥିଲା । ୨୬ ଫେବୃଆରୀ- ଭୋରରୁ କମାଣ୍ଡ ସେଂଟରରୁ ନିଦେ୍ର୍ଧଶ ପାଇବା ପରେ ଲେଜର ପଡରେ ଟାର୍ଗେଟକୁ ଖୋଜି ବୋମା ବର୍ଷଣ କରିଥିଲେ ମିରାଜ ପାଇଲଟ । ୨୧ମିନିଟ ବ୍ୟବଧାନରେ କାର୍ଯ୍ୟ ସମାପ୍ତ କରି ଭାରତୀୟ ଏୟାରବେସକୁ ଫେରିଆସିଥିଲେ ଭାରତୀୟ ବୀର ଯବାନ । ଏହିଭଳି ଭାବେ ହୋଇଥିଲା ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ । ମୁଜାଫରାବାଦରେ ଥିବା ଆତଙ୍କବାଦୀମାନଙ୍କୁ ବାଲାକୋଟକୁ ଅଣାଯାଇଥିଲା । ପୁଲୱାମା ଆତଙ୍କବାଦୀ ହମଲା ପରେ ଭାରତ ପକ୍ଷରୁ ପୁଣିଥରେ ଏକ ସର୍ଜିକାଲ ଷ୍ଟାଇକର ଆଶଙ୍କା କରିଥିଲା ପାକିସ୍ତାନ । ସେଥିପାଇଁ ଏହି ଆତଙ୍କବାଦୀମାନଙ୍କୁ ସର୍ଜିକାଲ ଷ୍ଟ୍ରାଇକରୁ ସୁରକ୍ଷା ଦେବାପାଇଁ ସ୍ଥାନାନ୍ତର କରିଥିଲା ପାକିସ୍ତାନ । ତେବେ ପାକିସ୍ତାନ କେବେ ବି ଚିନ୍ତା କରିନଥିଲା କି ଭାରତ ଆକ୍ରମଣ କରିବା ପାଇଁ ବାୟୁସେନାକୁ ବ୍ୟବହାର କରିବ ।