ଓଜନ କମ କରିବାର ସହଜ ଉପାୟ

ଓଜନ କମ କରିବାର ସହଜ ଉପାୟ

ଓଜନ କମ କରିବାର ସହଜ ଉପାୟ
ସମସ୍ତ ବର୍ଗ ଓ ବୟସର ଲୋକ ସୁସ୍ଥ ରହିବାକୁ ଚାହୁଁଛନ୍ତି । ଏଥିନିମନ୍ତେ ନିୟମିତ ଭାବେ ଜିମ୍ ଯିବା ସହ ଯୋଗ, ପ୍ରାଣାୟମ କରିବାକୁ ମଧ୍ୟ ଭୁଲୁନାହାନ୍ତି । ଖାଦ୍ୟପାନୀୟ ଜୀବନଶୈଳୀରେ ଲୋକେ ଯଥାସାଧ୍ୟ ପରିବର୍ତ୍ତନ କରିବାକୁ ଚେଷ୍ଟାରତ । ବିଶେଷଜ୍ଞ ଦଳଙ୍କ ମତରେ ବର୍ତ୍ତମାନ ପରିଶ୍ରମ କରିବାର ଆବଶ୍ୟକତା ନାହିଁ । ଅପରେସନ କରି ଲୋକେ ଖୁବ ଶୀଘ୍ର ନିଜ ଓଜନକୁ ନିୟନ୍ତ୍ରଣ କରିପାରିବେ । ପାଶ୍ଚାତ୍ୟ ରାଷ୍ଟ୍ରରେ ଏଭଳି ସଫଳ ଅପରେସନସଂଖ୍ୟାଧିକ ଲେକାଙ୍କ ଠାରେ ହୋଇସାରିଛି । ଆଗାମୀ ଦିନରେ ଭାରତର ନାମୀ ଚିକିତ୍ସାଳୟରେ ଏହି ପଦକ୍ଷେପ ନିଆଯିବ । ନୁ୍ୟଜିଲାଣ୍ଡର ଗବେଷକ ଦଳ ଏକ ‘ଇଣ୍ଟ୍ରାଗେଷ୍ଟିକ ବେଲୁନ’ ପ୍ରସ୍ତୁତ କରିଛନ୍ତି । ଯାହାକୁ ଅପରେସନ ସହାୟତାରେ ପେଟରେ ରଖାଗଲେ ଓଜନ ଶୀଘ୍ର କମ୍ ହୋଇପାରିବ । ଶରୀରରେ ୬ ମାସ ଏହି ବେଲୁନ ରଖାଯିବା ପରେ ପୁଣି ତାହାକୁ ବାହାର କରାଯିବ ବୋଲି ଗବେଷକଦଳ ପ୍ରକାଶ କରିଛନ୍ତି ।